27.1 C
Bhubaneswar
Friday, March 29, 2024
Homeଓଡିଶାବିଦ୍ୟୁତ ଆଘାତରେ ଜଣେ ନାବାଳକ ମୃତ

ବିଦ୍ୟୁତ ଆଘାତରେ ଜଣେ ନାବାଳକ ମୃତ

କେନ୍ଦୁଝର: କେନ୍ଦୁଝରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୧କେଭି ବିଦ୍ୟୁତ ତାର ଆଘାତରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ଟାଉନସିପ୍ ଅଞ୍ଚଳରେ ହୋଇଥିବା ଜଣାପଡିଛି । ମୃତ ଛାତ୍ରର ନାମ ଲକ୍ଷ୍ମଣ ପାତ୍ର । ବୟସ ପ୍ରାୟ ୧୩ ବର୍ଷ ହେବ ।
ସୂଚନା ଅନୁସାରେ, ଲକ୍ଷ୍ମଣ ସ୍ଥାନୀୟ ଏକ ଦୋକାନରେ କାର୍ଯ୍ୟ କରୁଥିଲେ । ଦୋକାନୀ ଜଣଙ୍କ ଦୋକାନର ଛାତକୁ ଚଢ଼ି କିଛି କାର‌୍ୟ୍ୟ କରିବାକୁ ଲକ୍ଷ୍ମଣଙ୍କୁ କହିଥିଲେ । ତେବେ ସେଠାରେ ହିଁ ଏହି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବିଦ୍ୟୁତ ତାର ତଳେ ଝୁଲିଥିବାକୁ ନେଇ ନେସ୍କୋର ଅବହେଳାକୁ ଦାୟୀ ମଧ୍ୟ କରିଛନ୍ତି ଲୋକେ । ୧୧କେଭି ବିଦ୍ୟୁତ ତାର ଝୁଲିଥିବା ନେଇ ଉପଭୋକ୍ତା ଗତ ୨୦୧୪ ରୁ ତାରଗୁଡ଼ିକୁ ଅପସାରଣ କରିବା ପାଇଁ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଦରଖାସ୍ତ ଦେଇଥିଲେ । କିନ୍ତୁ ଏନେଇ ନେସ୍କୋ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ତେବେ ଛାତ୍ରଙ୍କ ମୃତ୍ୟୁ ଏବଂ ନେସ୍କୋର ଅବହେଳା ବିରୋଧରେ ଲୋକମାନେ ବଲାଣି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ।
ଏନେଇ ସୂଚନା ପାଇବା ପରେ ବଡ଼ବିଲ ଏସ.ଡି.ପି.ଓ ସତ୍ୟବିକାଶ ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking