27.1 C
Bhubaneswar
Thursday, April 25, 2024
HomeUncategorizedବିଜୁଳି ନଲାଗି ଛଅ ମାସର ବିଲ : ଦୁଇ ବିଜୁଳି କର୍ମଚାରୀ ଅଟକ

ବିଜୁଳି ନଲାଗି ଛଅ ମାସର ବିଲ : ଦୁଇ ବିଜୁଳି କର୍ମଚାରୀ ଅଟକ

ଖଡ଼ିଆଳ : ନୂଆପଡା ଜିଲ୍ଲାରେ ବିପି ଏଲ ଧାରୀଙ୍କୁ ବିଜୁଳି ସଂଯୋଗ ନଦେଇ ବିଜୁଳି ବିଲ ସଂଗ୍ରହ ହେଉଥିବା ନେଇ ଗ୍ରାମବାସୀ ଉତ୍ତେଜିତ ହୋଇ ଦୁଇ ବିଜୁଳି ବିଲ ଦେଉଥିବା କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମରେ ବି ପି ଏଲ ବିଜୁଳିର ଘର ଗୁଡିକୁ ମିଟର ଲାଗିଛି, ଖମ୍ବରୁ ତାର ୱେରିଙ୍ଗ କାର୍ଯ୍ୟ ଛଅ ମାସ ପୂର୍ବରୁ ହୋଇ ସାରିଛି କିନ୍ତୁ ଗ୍ରାମର ୧୧୦ ପରିବାରଙ୍କ ଘରକୁ ବିଜୁଳି ସଂଯୋଗ ହୋଇନାହିଁ । ହେଲେ ବିଜୁଳି ବିଲ ଆସୁଛି ମାସକୁ ୨୯୦ ଟଙ୍କା ଏପରି ଆଜି ଛଅ ମାସର ୧୭୪୦ ଟଙ୍କାର ବିଲ ରିଡିଙ୍ଗ କରି ଘର ଘର ବୁଲି ଦୁଇ ବିଜୁଳି କର୍ମଚାରୀ ବିଜୁଳି ବିଲ ଦେଉଥିବା ବେଳେ ଉତ୍ତେଜିତ ଗ୍ରାମବାସୀ ସେମାନଙ୍କୁ ଅଟକ ରଖିଥିଲେ । ଗ୍ରାମବାସୀ କହିଥିଲେ ଆମ ଘର ମାନଙ୍କରେ ବିଜୁଳି ସଂଯୋଗ ହୋଇ ନାହିଁ କାହିଁକି ବିଲ ଦେବୁ ଆପଣଙ୍କ ଉପରିସ୍ଥ ଅଧିକାରୀ ଏସ ଡି ଓ କିମ୍ୱା ଅନ୍ୟ କର୍ମଚାରୀ ଆସି ଏହାର ସମାଧାନ କରନ୍ତୁ ବୋଲି ଅଡ଼ି ବସିଥିଲେ । ଫଳରେ ଗ୍ରାମରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ପରିବାରମାନଙ୍କ ଅଭିଯୋଗ ଅନୁଯାୟୀ ବି ପି ଏଲ ମାନଙ୍କୁ ଅଲଗା ବିଜୁଳି ଟ୍ରାନ୍ସଫର୍ମର ଦେବାର ନିୟମ ଅଛି ହେଲେ ବିଭାଗୀୟ ଠିକାଦାର ଗ୍ରାମର ୧୦ ବର୍ଷର ପୁରୁଣା ଟ୍ରାନ୍ସଫର୍ମରରେ ବିଜୁଳି ସଂଯୋଗ କରିବାର ବ୍ୟବସ୍ଥା କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଆମ ୧୧୦ ବି ପି ଏଲ ପରିବାରଙ୍କୁ ନୂତନ ଟ୍ରାନ୍ସଫର୍ମର ଦେଇ ବିଜୁଳି ସଂଯୋଗ କରନ୍ତୁ ବୋଲି ଗ୍ରାମବାସୀ ରିଖିରାମ ନାଏକ, ଉପେନ୍ଦ୍ର କଟା,ଧୀରେନ୍ଦ୍ର କଟା, କାର୍ତିକ ବାଗ, ନରେଶ ମଙ୍ଗରାଜ, କୁଶ ମଙ୍ଗରାଜ, ରାମବିଲଷ ନାଗ କପୁରଚନ ନିଆଲ ଦାବି କରିଛନ୍ତି । ଏନେଇ ଖଡ଼ିଆଳ ବିଜୁଳି ଏସ୍‌ଡିଓଙ୍କୁ ପଚାରିବାରୁ ମୁଁ ବାହାରେ ଅଛି ତାହା ବିଜୁଳି ଠିକାଦାର ଗ୍ରାମ ବାସୀଙ୍କ ବିଜୁଳି ସଂଯୋଗ ହୋଇଥିବା ଭୁଲ ତଥ୍ୟ ଦେଇଛନ୍ତି । ତେଣୁ ବିଜୁଳି ସଂଯୋଗ ନହୋଇ ବିଲ ଆସୁଛି ତାହା ସମାଧାନ ହୋଇଯିବ ଓ ତୁରନ୍ତ ବିଜୁଳି ଘର ଗୁଡିକୁ ଦିଆ ଯିବ ବୋଲି ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking