40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପଶ୍ଚିମବଙ୍ଗରେ ନିର୍ବାଚନୀ ତାତି

ପଶ୍ଚିମବଙ୍ଗରେ ନିର୍ବାଚନୀ ତାତି

ପଶ୍ଚିମବଙ୍ଗ : ଆଗକୁ ଆସୁଛି ପଶ୍ଚିମବଙ୍ଗ ବା ସିଟି ଅଫ ଜୟର ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନୀ ତାତି ବଢିବାରେ ଲାଗିଛି । ଲଗାତର ଭାବେ ଦଳ ଛାଡୁଛନ୍ତି ଟିଏମସି ନେତା ଓ ଅନ୍ୟପଟେ ବିଜେପିର ଲୋକପ୍ରିୟତା ବଢିବାରେ ଲାଗିଛି ଓ ଏହି ଚିନ୍ତାରେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏହି ଚିନ୍ତାର ଅନେକ କାରଣ ରହିଛି । ଏହି ମଧ୍ୟରେ ଟିଏମସି ନେତାଙ୍କ ଜଣଙ୍କ ପରେ ଜଣେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଏହାସହ ଟିମଏମସିର ୧୦ ବର୍ଷ ଶାସନରେ ଆସିଥିବା ଆଣ୍ଟିଇକବେଂସୀ , ୨୦୧୯ରେ ୧୮ ଟି ଲୋକ ସଭା ସିଟରେ ବିଜପିର କବ୍ଚା , ଉତ୍ତର ଓ ସୀମାଞ୍ଚଳ ପଶ୍ଚିମବଙ୍ଗରେ ବିଜେପିର ମଜବୁଦ ସଂଗଠନ ଓ ଲେଫ୍ଟ ଭୋଟ ଗୁଡିକର ବିଜେପିକୁ ଟ୍ରାନ୍ସଫର, ଏହି ଡର କାରଣରୁ ସ୍ୱାଗତ ରୟ କହିଛିନ୍ତି ଯେ, ବିଜେପିକୁ ହରାଇବା ପାଇଁ ହେଲେ କଂଗ୍ରେସ ଓ ଲେଫ୍ଟ ଦଳ ଗୁଡିକୁ ନିଜ ଦଳରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ।

କୁହାଯାଉଛି ଯେ, ଟିଏମସି ଆଣ୍ଟିବିଜେପି ଦଳ ଗୁଡିକୁ ନିଜ ଦଳରେ ସାମିଲ କରି ନିର୍ବାଚନ ଲଢିବାକୁ ଯୋଜନା କରୁଛି ।
ଅନ୍ୟପଟେ ବିଜେପି ପଶ୍ଚିମବଙ୍ଗ ଜିତିବାକୁ ରଣନିତୀ ପ୍ରସ୍ତୁତ କରିସାରିଛି । ପଶ୍ଚିମବଙ୍ଗ ନିର୍ବାଚନ ତଦାରଖ କରୁଛନ୍ତି ନିଜେ ଗୃହମନ୍ତ୍ରୀ ଅମିତ ଶାହା ଅନ୍ୟପଟେ ମୁଖ୍ୟ ଟିଏମସି ନେତା ତଥା ମନ୍ତ୍ରୀ ରାଜୀଭ ବାନାର୍ଜୀ , ଶୁଭେନ୍ଦୁ ଅଧିକାରୀ, ବିଧାୟକ ଶୀଳଭଦ୍ର ଦତ୍ତ , ଜିତେନ୍ଦ୍ର ତିୱାରୀ ପ୍ରମୁଖ ଦଳ ଛାଡିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking