24.1 C
Bhubaneswar
Tuesday, May 24, 2022
Homeଓଡିଶାକୋଟିଆରେ ହେବ ନିର୍ବାଚନ

କୋଟିଆରେ ହେବ ନିର୍ବାଚନ

କୋଟିଆ: ପଟାଙ୍ଗୀ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ହେବ ନିର୍ବାଚନ । ଫେଲ ମାରିଛି ସର୍ବଦଳୀୟ ଉଦ୍ୟମ । ମଇଦାନରେ ଅଛନ୍ତି ଦୁଇ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ସ୍ୱାଧୀନ ପ୍ରାର୍ଥୀ । ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ସହ ଲଢିବେ ଟିକାଇ ଗେମେଲ । ମୋଟାମୋଟି ଭାବେ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ ।

ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବା ମନେଇବାକୁ ବୈଠକରେ ଉଦ୍ୟମ ହୋଇଥିଲା । କୋଟିଆରେ ଜିଲ୍ଲାପରିଷଦ ପାଇଁ ୩ ଜଣ, ସରପଂଚ ପାଇଁ ୯ ଜଣ ନାମାଙ୍କନ କରିଛନ୍ତି । ସେହିପରି ୧୩ ୱାର୍ଡ ଥିବା ବେଳେ ୧୪ଜଣ ୱାର୍ଡ ସଭ୍ୟ ପାଇଁ ନାମାଙ୍କନ ଭରିଛନ୍ତି । କେବଳ ସମିତି ସଭ୍ୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କୋଟିଆରେ ପଂଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡଯନ୍ତ୍ର ଖବର ଏକାଠି ହୋଇଥିଲେ ସର୍ବଦଳୀୟ ନେତା । ନିଷ୍ପତି ହୋଇଥିଲା ସର୍ବସମ୍ମତିରେ ପ୍ରାର୍ଥୀ ବଛାଯିବ, କିନ୍ତୁ ଏକାଧିକ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସ୍ଥିତିକୁ ଗୋଳିଆ କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking