30.1 C
Bhubaneswar
Thursday, April 25, 2024
Homeକରୋନାସମସ୍ତ ରାଜନୈତିକ ଦଳଠାରୁ ପରାମର୍ଶ ଲୋଡ଼ିଲେ ଭାରତ ନିର୍ବାଚନ ଆୟୋଗ

ସମସ୍ତ ରାଜନୈତିକ ଦଳଠାରୁ ପରାମର୍ଶ ଲୋଡ଼ିଲେ ଭାରତ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ସମସ୍ତ ରାଜନୈତିକ ଦଳ ପାଖରୁ ଭାରତ ନିର୍ବାଚନ ଆୟୋଗ ପରାମର୍ଶ ଲୋଡ଼ିଛନ୍ତି । ସମସ୍ତ ଜାତୀୟ ରାଜନୈତିକ ଦଳଗୁଡ଼ିକ ଠାରୁ ମତ ଓ ପରାମର୍ଶ ଲୋଡ଼ିଛନ୍ତି । କରୋନା ସଂକ୍ରମଣ ବେଳେ କିପରି ରାଜନୈତିକ ପ୍ରଚାର ହେବ ସେ ନେଇ ପରାମର୍ଶ ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ପରାମର୍ଶ ଦେବାକୁ ସମସ୍ତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକୁ କୁହାଯାଇଛି । ଏପରିକି ସାଧାରଣ ସଭା କିପରି କରାଯିବ ସେ ନେଇ ମଧ୍ୟ ସମସ୍ତ ଦଳଠାରୁ ପରାମର୍ଶ ଲୋଡ଼ାଯାଇଛି ।
ସମଗ୍ର ବିଶ୍ୱରେ କରୋନା ତା କାୟା ବିସ୍ତାର କରିଚାଲିଛି । ଆମ ଦେଶ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । ଦେଶରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଥମିବାର ନାଁ ନେଉନି । ଦେଶରେ ଦିନକରେ କରୋନା ମୃତ୍ୟୁ ସଂଖ୍ୟା ୨୬ହଜାର୨୭୩କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୮ ହଜାର ୭୧୬କୁ ବୃଦ୍ଧି ପାଇଛି । ୨୪ଘଣ୍ଟାରେ ଦେଶରେ ୩୪ ହଜାର ୮୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୧ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ୩,୫୮,୬୯୨ଟି ଆକଟିଭ କେସ୍ ରହିଛି । ସେଥିମଧ୍ୟରୁ ୬,୫୩,୭୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking