କେନ୍ଦ୍ରାପଡାରେ ନିର୍ବାଚନୀ କଳହ

କେନ୍ଦ୍ରାପଡା: ବହୁ ଚର୍ଚିତ କେନ୍ଦ୍ରାପଡା ବ୍ଲକ ଅଧକ୍ଷ ଉପନିର୍ବାଚନରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ଅନୁଗତ ଶିବ ପ୍ରସାଦ ବଳ 11ଖଣ୍ଡ ଭୋଟ ପାଇ ଜିତିଛନ୍ତ। ଅପର ପକ୍ଷରେ ତାଙ୍କ ପ୍ରତିଦ୍ବନ୍ଦୀ ହେମନ୍ତ ବିଶ୍ବାଳ 9ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। କେନ୍ଦ୍ରାପଡା ବ୍ଲକର ପୂବର୍ତନ ଅଧକ୍ଷ ଅନାମ ଅଳଙ୍କାର ଗତ ମାସରେ ଅକାଳ ବିୟୋଗ ହେବାରୁ କେନ୍ଦ୍ରାପଡା ବ୍ଲକ ଅଧକ୍ଷ ପଦବୀ ଖାଲି ପଡ଼ିଥିଲା। ରାଜ୍ୟ ପଞ୍ଚାୟତରାଜ୍ ବିଭାଗର ସୁପାରିଶ କ୍ରମେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଆଜି କେନ୍ଦ୍ରାପଡା ବ୍ଲକ ଅଧକ୍ଷ ପଦବୀ ପାଇଁ ବ୍ଲକ କାର୍ଯ୍ୟାଳୟ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବ୍ଲକର 20ଜଣ ସମିତି ସଭ୍ୟ ଭାଗ ନେଇ ଭୋଟ ଦେଇଥିଲେ। ବିଧାୟକଙ୍କ ଅନଗଥ ଶିବପ୍ରସାଦଙ୍କୁ 11 ଖଣ୍ଡ ଭୋଟ ମିଳିଥିବା ବେଳେ ପୂବର୍ତନ ବିଧାୟକ କିଶୋର ତାଙ୍କ ଅନୁଗତ ବୋଲି କୁହାଯାନଥିବା ହେମନ୍ତ ବିଶ୍ବାଳଙ୍କୁ 9 ଖଣ୍ଡ ଭୋଟ ମିଳିଛି। ଶିବଙ୍କର ଏହି ବିଜ ପଛରେ ବିଧାୟକ ବେହେରାଙ୍କ ହାତ ଥିବା ଆଲୋଚନା ହେଉଛି। ଏହା ଫଳରେ କେନ୍ଦ୍ରାପଡା ବ୍ଲକରେ ବିଧାୟକଙ୍କ ପ୍ରଭାବ ବୃଦ୍ଧି ପାଇବ ଓ ପୂବର୍ତନ ବିଧାୟକ କିଶୋର ତାଙ୍କ ହାତରୁ କେନ୍ଦ୍ରାପଡା ବ୍ଲକ ଖସି ଯାଇଥିବା ରାଜନୈତିକ ପଣ୍ଡିତମାନେ କହୁଛନ୍ତି। ଦୁଇ ପ୍ରତିଦ୍ବନ୍ଦୀ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ବ୍ଲକ ପରିସର ଓ ଆଖପାଖରେ ପ୍ରଶାସନ ପୋଲିସ ମୁତୟନ କରିଥିଲା । ବିଧାୟକଙ୍କ ଗୋଷ୍ଠୀ ସାମନ୍ତଙ୍କ ସପକ୍ଷରେ ଥିବା 5 ଜଣ ସମିତି ସଭ୍ୟଙ୍କୁ ଅପହରଣ କରି ଗାଏବ କରିଥିବା ହେମନ୍ତ ଅଭିଯୋଗ କରିଛନ୍ତି

LEAVE A REPLY

Please enter your comment!
Please enter your name here