32.8 C
Bhubaneswar
Tuesday, April 16, 2024
Homeଅପରାଧବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଚାଓଲା ଅଞ୍ଚଳରେ ଥିବା ଦୁର୍ଗା ନଗରର ଏକ ବନ୍ଦ ଘରୁ ଦମ୍ପତ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଦମ୍ପତି ୬୧ ବର୍ଷୀୟ ରାଜ ସିଂ ଏବଂ ୫୮ ବର୍ଷୀୟା ତାଙ୍କ ପତ୍ନୀ ଓମଓାତି ବୋଲି ଜଣାପଡିଛି । ଶୁକ୍ରବାର ଦିନ ୧୧.୧୫ ମିନିଟରେ ପୋଲିସ କୁ ଏନେଇ ସୂଚନା ମିଳିଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରୁ ଦୁଇ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ସେମାନଙ୍କ ମୁହଁରେ କଟା ଦାଗ ଥିବା ବି ପୋଲିସ ଜାଣିବାକୁ ପାଇଛି । ସେହି ଘରୁ ଏହି ଦୁଇ ଦମ୍ପତିଙ୍କ ବ୍ୟତୀତ ତାଙ୍କର ୩୭ ବର୍ଷୀୟ ପୁଅ ସତୀଶ ଏବଂ ୩୫ ବର୍ଷୀୟା ଝିଆରୀ କବିତା ମଧ୍ୟ ଥିଲେ । ଏହି ଘଟଣା ପରେ ଏବେ ପୋଲିସର ତଦନ୍ତ ପରିସରକୁ ଏମାନେ ମଧ୍ୟ ଆସିଥିବା ପୋଲିସ ସୂଚନା ପ୍ରଦାନ କରିଛି । ତେବେ ଏହି ଘଟଣା ପ୍ରେମ ବ୍ୟାପାରକୁ ନେଇ କି ଅନ୍ୟ କେଉଁ କାରଣ ପାଇଁ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking