34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଭାବ ଯୋଗୁଁ ପାଠ ପଢା ଅଧାରୁ ଛାଡିଥିଲେ ଏକନାଥ ସିନ୍ଦେ

ଅଭାବ ଯୋଗୁଁ ପାଠ ପଢା ଅଧାରୁ ଛାଡିଥିଲେ ଏକନାଥ ସିନ୍ଦେ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବନିଛନ୍ତି ଏକନାଥ ସିନ୍ଦେ । ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ ପରେ ବଦଳିଥିଲା ରାଜନୈତିକ ସମୀକରଣ । ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ । ଦୁଇ ନେତାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଜଣେ ଅଟୋ ଡ୍ରାଇଭର ରୁ ମହାରାଷ୍ଟ୍ର ପରି ରାଜ୍ୟ ର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି ସିନ୍ଦେ । ତେବେ ଆପଣ ମାନେ ଭାବୁଥିବେ ଏକନାଥ ସିନ୍ଦେ କିଏ । ତାଙ୍କର ଜୀବନଶାଳୀ କିପରି ।
ଏକନାଥ ସମ୍ବାଜୀ ସିନ୍ଦେ ।ଦିନେ ଠାଣେର ରାସ୍ତାରେ ଅଟୋ ଚଲାଉ ଥିଲେ । ଆଉ ସେ ଆଜି ମୁଖ୍ୟମନ୍ତ୍ରୀ । ଅଟୋ ଚାଳକରୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୫୮ ବର୍ଷୀୟ ଏକନାଥ ସିନ୍ଦେ। ଆକ୍ରଣାତ୍ମକ ଆଭିମୁଖ୍ୟ ରଖିଥିବା ଜଣେ ଶିବସୈନିକ ଭାବେ ଏକନାଥ ସିନ୍ଦେ ଜଣାଶୁଣା। ଦୀର୍ଘ ବର୍ଷ ଧରି ସେ ଶିବସେନାର ପ୍ରମୁଖ ନେତା ଭାବେ ପରିଗଣିତ ହୋଇ ଆସୁଛନ୍ତି। ଥାନେର କୋପାରୀ-ପଛପାଖାଡି ନିର୍ବାଚନମଣ୍ଡଳୀର ବିଧାୟକ ଏକନାଥ ମହାରାଷ୍ଟ୍ର ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ତେବେ ସିନ୍ଦେଙ୍କ ଜନ୍ମ ମହାରାଷ୍ଟ୍ରର ସିତାରା ଜିଲ୍ଲାରେ ହୋଇଥିଲା । ପିଲାଦିନ ତାଙ୍କର ଅଭାବ ଅନାଟନରେ ବିତିଥିଲା ।୧୯୭୦ ରେ ସତାରାରୁ ଠାନେ ଜିଲ୍ଲା କୁ ସେ ନିଜ ପରିବାର ସହ ଚାଲିଆସିଥିଲେ ।ପରିବାର ର ଅଭାବ ଅସୁବିଧା ପାଇଁ ଏକନାଥ ସିନ୍ଦେଙ୍କୁ ନିଜର ପାଠପଢା ଅଧାରୁ ଛାଡିବାକୁ ପଡିଥିଲା । ଏକାଦଶ ଶ୍ରେଣୀ ଯାଏଁ ଶିକ୍ଷା ଲାଭ କରିବା ପରେ ସେ ପରିବାର ଚଳାଇବା ପାଇଁ ସେ ଅଟୋ ଚଲାଇଲେ । ଏହା ସହ ସେ ଏକ ମଦ ଫ୍ୟାକ୍ଟ୍ରିରେ କିଛି ଦିନ ଧରି କାମ କରିଥିଲେ ।୧୯୮୦ ଦଶକରେ ସେ ବାଲାସାହେବ ଠାକରେ ଙ୍କ କଥାରେ ଅନେକ ପ୍ରଭାବିତ ହୋଇଥିଲେ । ଏହା ପରେ ସେ ଶିବସେନା ଦଳରେ ଯୋଗ ଦେଇଥିଲେ ।ସେହି ସମୟରେ ଶିବସେନା ଏକମାତ୍ର ପାର୍ଟିଥିଲା ଯାହା ହିନ୍ଦୁତ୍ୱ ଙ୍କ ମୁଦ୍ଦାକୁ ନେଇ ଲୋକଙ୍କ ପାଖରେ ପହଁଚୁଥିଲା । ୨୦୦୪ ରେ ପ୍ରଥମ ଥର ବିଧାୟକ ବନିଥିଲେ ଏକନାଥ ସିନ୍ଦେ ।ବାଲା ସାହାବ ଠାକରେଙ୍କ ମୃତ୍ୟୁ ପରେ ସେ ଶିବସେନାରେ ସେ ମୁଖ୍ୟ ଭାବରେ ରହୁଥିଲେ । କିନ୍ତୁ ୨ ବର୍ଷ ହେବ ସିନ୍ଦେଙ୍କୁ ଛାଡି ଉଦ୍ଧବ ଠାକରେଙ୍କ ପୁଅ ଙ୍କୁ ଦଳରେ ବେଶୀ ପ୍ରାଥମିକତା ମିଳୁଥିଲା । ଏକନାଥ ସିନ୍ଦେଙ୍କ ଜୀବନରେ ଏପରି ମଧ୍ୟ ସମୟ ଆସିଛି ଯେତେବେଳେ ସେ ଡିପ୍ରେସନ କୁ ଚାଲିଯାଇଥିଲେ । ଏପରି ପରିସ୍ଥିତି ସେତେବେଳେ ହୋଇଥିଲା ଯେତେବେଳେ କି ଏକ ଦୁର୍ଘଟଣାରେ ତାଙ୍କର ପୁଅ ଏବଂ ଝିଅ ଙ୍କ ମୃତ୍ୟଉ ମଧ୍ୟ ହୋଇଥିଲା ।ଏହି ଘଟଣା ଏକନାଥ ସିନ୍ଦେଙ୍କ ଆଖିଆଗରେ ହୋଇଥିଲା ।ଏହି ଘଟଣା ପରେ ସିନ୍ଦେ ରାଜନୀତି ଛାଡିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶିବସେନାର ର ଜଣେ ବରିଷ୍ଠ ନେତା ତାଙ୍କୁ ରାଜନୀତିରେ ରହିବାକୁ ଅନୁରୋଧ କରିଥିଲେ । ୨୦୧୪ ରେ ଶିବସେନା ଏବଂ ବିଜେପିର ଗଠବନ୍ଧନରେ ସମୟରେ ସେ ମଧ୍ୟ ମନ୍ତ୍ରୀ ଥିଲେ । ଏହି ସମୟରେ ସେ ପାଠ ପଢି ଗ୍ରାଜୁଏଟ ମଧ୍ୟ ହେଲେ । ତିନି ଦଶକ ଧରି ରାଜନୈତିକ ଜୀବନରେ ସେ ୪ ଥର ବିଧାୟକ ହୋଇଛନ୍ତି । ପ୍ରଥମ ଥର ଲାଗି ସେ ୧୯୯୭ରେ ଥାନେ ନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ୨୦୦୧ରେ ତାଙ୍କୁ ଥାନେ ନଗର ନିଗମର ହାଉସ ଲିଡର ପଦବୀ ମିଳିଥିଲା। ପରେ ସେ ୨୦୦୪ରେ ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଣେ ତୃଣମୂଳସ୍ତରର ନେତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ସିନ୍ଦେଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସିନ୍ଦେ ମହାରାଷ୍ଟ୍ରର ବିକାଶଧାରାକୁ ସର୍ବୋଚ୍ଚ ସ୍ତରକୁ ନେଇଯିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଆଶା ରଖିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଶୁଭେଛା ଜଣାଇଛନ୍ତି। ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି, ମହାରାଷ୍ଟ୍ର ଜନତାଙ୍କ ଭଲ ପାଇଁ ଏକନାଥ ସିନ୍ଦେଙ୍କୁ ସମର୍ଥନ ଦେଇ ବିଜେପି ବଡ଼ମନର ପରିଚୟ ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking