35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର କାନପୁର ଅନ୍ତର୍ଗତ ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଧରିବାକୁ ଯାଇଥିବା ପୁଲିସ ଟିମ୍ ସହ ଗୁଳିବିନିମୟ ହୋଇଥିଲା। ଅପରାଧୀମାନେ ପୁଲିସଠାରୁ ଅସ୍ତ୍ରଶସ୍ତ୍ର ଲୁଟି ନେଇ ଫେରାର ହୋଇଯାଇଛନ୍ତି। ସହିଦ ପୁଲିସଙ୍କ ମଧ୍ୟରେ ସିଓ ବିହ୍ଲୋର ଦେବେନ୍ଦ୍ର ମିଶ୍ର ଏବଂ ଶିବରାଜପୁରର ଏଏସଓ ମହେଶ ଯାଦବ ଅଛନ୍ତି। ଆହତମାନଙ୍କୁ ରେଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳର ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ଏଡିଜି ଜୟ ନାରାୟଣ ସିଂହ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି।

ଏଥିରେ ୪ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସୂଚନାରଯୋଗ୍ୟ ଯେ, ବିକାଶ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ଯାଇଥିବା ପୁଲିସ ଦଳ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁରୁବାର ରାତି ପ୍ରାୟ ସାଢେ ୧୨ଟା ବେଳେ ବିଠୁର ଏବଂ ଚୌବେପୁର ପୁଲିସ ମିଳିତ ଭାବେ ବିକାଶ ଦୁବେର ଗାଁ ବିକାରୁରେ ତାଙ୍କ ଘରେ ଚଢାଉ କରିଥିଲେ। ବିଠୁର ଏଏସଓ କୌଶଲେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ ବିକାଶ ଏବଂ ତାଙ୍କର ୮ରୁ ୧୦ ଜଣ ସାଥୀ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘର ଭିତରେ ଏବଂ ଛାତରେ ଗୁଳି ଦାଗ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଡିଜିପି ଏଚ୍‌ସି ଅବସ୍ତିଙ୍କୁ ଅପରାଧୀଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରେ ଫରେନ୍‌ସିକ୍ ଟିମ୍ ଓ ପୁଲିସ ଫୋର୍ସ ସହ ଏସ୍‌ଏସ୍‌ଜି ଓ ଆଇଜି ପହଂଚିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking