28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆରମ୍ଭ ହେଲା ‘ତଉକ୍ତେ’ ତାଣ୍ଡବ, ୮ ଜଣଙ୍କ ମୃତ୍ୟୁ

ଆରମ୍ଭ ହେଲା ‘ତଉକ୍ତେ’ ତାଣ୍ଡବ, ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଆରମ୍ଭ କରିଦେଇଛି ତା’ର ତାଣ୍ଡବ ଲୀଳା । ଏହି ଭୟଙ୍କର ତୋଫାନର ପ୍ରଭାବରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନେକ ଅଞ୍ଚଳ ବିଧ୍ୱସ୍ତ ହୋଇପଡ଼ିଛି । ଏହାର ପ୍ରଭାବରେ ୫୦୦ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ୧୦୦ ଘର ମଧ୍ୟ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଦେଶର ଦକ୍ଷିଣ-ପଶ୍ଚିମ ରାଜ୍ୟ ମାନଙ୍କରେ ‘ତଉକ୍ତେ’ ନିଜର କାୟା ବିସ୍ତାର କରିବାରେ ଲାଗିଛି । କେରଳ, କର୍ଣ୍ଣାଟକ ଓ ଗୋଆର ନିଜର ପରାକ୍ରମ ଦେଖାଇବା ପରେ ଏହି ତୋଫାନ ଗୁଜରାଟ ଆଡ଼କୁ ମୁହାଁଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ତୋଫାନ ଆଜି ସନ୍ଧ୍ୟା କିମ୍ବା ଆସନ୍ତା କାଲି ଗୁଜରାଟ ସମୁଦ୍ର କୂଳରେ ଭୂଭାଗ ସ୍ପର୍ଶ କରିବ। ୨୪ ଘଣ୍ଟା ମଧ୍ୟରେ ବିପଦ ଆଶଙ୍କା କରାଯାଉଛି । ଆସନ୍ତା କାଲି ସକାଳ ସୁଦ୍ଧା ‘ତଉକ୍ତେ’ ଗୁଜରାଟର ପୌରବନ୍ଦର ଓ ମହୁବା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking