27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା କୋଠା : ୪ ଶିଶୁଙ୍କ ସମେତ ୮ ମୃତ୍ୟୁ

ସିଲିଣ୍ଡର ବିସ୍ଫୋରଣରେ ଭୁଶୁଡ଼ିଲା କୋଠା : ୪ ଶିଶୁଙ୍କ ସମେତ ୮ ମୃତ୍ୟୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଓ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ଆଜି ସକାଳୁ ଘଟିଥିବା ଏହି ଦୁର୍ଘଟଣାରେ ୭ ଜଣ ଲୋକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବିସ୍ଫୋରଣରେ ଦୁଇଟି କୋଠା ଘର ଭୁଶୁଡ଼ି ପଡ଼ିଥିଲା । ଫଳରେ ୧୨ରୁ ଅଧିକ ଲୋକ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ନିଶାର ଅହମ୍ମଦ (୩୫), ଶାମଶାଦ (୨୮), ସାଇକିନ ନିଶା (୩୫), ରୁବିନା ବାନୋ (୩୨), ମହମ୍ମଦ ଶୋଏବ (୨), ମେରାଜ (୧୧), ନୁରୀ ସବା (୧୨), ଶାହଜାନ ଅହମ୍ମଦ (୧୪) ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଚ୍ଚାଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking