40.1 C
Bhubaneswar
Wednesday, April 24, 2024
Homeଓଡିଶାଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରି କଲେଜର ପରିଚାଳନା କମିଟି: ବିଜ୍ଞପ୍ତି ଦେଲେ ରାଜ୍ୟ ସରକାର

ଭାଙ୍ଗିଲା ସମସ୍ତ ବେସରକାରୀ ଡିଗ୍ରି କଲେଜର ପରିଚାଳନା କମିଟି: ବିଜ୍ଞପ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : କଲେଜ ପରିଚାଳନା କମିଟିକୁ ଭାଙ୍ଗିଛନ୍ତି ରାଜ୍ୟ ସରକାର । ଏ ନେଇ ବିଜ୍ଞପ୍ତି ଜାରି କରିବା ସହ ତତକ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାପୂର୍ବରୁ କଲେଜର ପରିଚାଳନା ପରିଷଦରେ କୌଣସି ନେତା କି ସ୍ଥାନୀୟ ବିଧାୟକ ରହିବେ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଥିଲେ । ମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ କିଛି ବିଧାୟକ ନାପସନ୍ଦ ମଧ୍ୟ କରିଥିଲେ । ଏବେ ଏଡିଏମ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷ ଭାବେ କାର‌୍ୟ୍ୟ କରିବେ । ସେହିଭଳି ଜିଲ୍ଲା ସଦର ମହକୁମା ବାହାରେ ଥିବା କଲେଜ ଗୁଡିକରେ ଉପ-ଜିଲ୍ଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ । ତେବେ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି ।
https://onakhabar.com/2020/01/23/education-minister/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking