27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଖୁବଶୀଘ୍ର କମିପାରେ ଖାଇବା ତେଲ ଦର

ଖୁବଶୀଘ୍ର କମିପାରେ ଖାଇବା ତେଲ ଦର

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ଆଶ୍ବସ୍ତି । ଦେଶରେ ଶସ୍ତା ହୋଇପାରେ ଖାଇବା ତେଲ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଗତ ସେପ୍ଟେମ୍ବରରେ ଦେଶରେ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି । ଚଳିତ ବର୍ଷ ତୁଳନାରେ ଗତବର୍ଷ ସମାନ ଅବଧିରେ ଏହି ଦର ଅଧିକ ରହିଥିଲା ।

ସେହିପରି ଗତ ଦୁଇ ମାସରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଖାଇବା ତେଲ ମୂଲ୍ୟରେ ଟନ୍‌ ପିଛା ପ୍ରାୟ ୪୦୦ରୁ ୫୦୦ ଡଲାର ହ୍ରାସ ହୋଇଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ଭାରତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇବବୋଲି ଅନୁମାନ କରାଯାଉଛି । ପୂର୍ବ ବର୍ଷ ଗୁଡିକରେ, ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପାର୍ବଣ ଋତୁ ସମୟରେ ଖାଇବା ତେଲ ମୂଲ୍ୟରେ ବୃଦ୍ଧି ପାଇଥାଏ ।

୨୦୨୦ ବର୍ଷରେ ଖାଇବା ତେଲ ମୂଲ୍ୟ ୭ରୁ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୧୯ରେ ଏହି ବୃଦ୍ଧି ୩ରୁ ୮ ପ୍ରତିଶତ ମଧ୍ୟରେ ରହିଥିଲା । କିନ୍ତୁ ଚଳିତ ବର୍ଷ ବିପରୀତ ଧାରା ଦେଖିବାକୁ ମିଳୁଛି । ୨୦୨୨ ଅଗଷ୍ଟରେ ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟ ୨ରୁ ୯ ପ୍ରତିଶତ ହାରରେ ହ୍ରାସ ପାଇଥିବା ଦେଖାଯାଇଛି । ସେହିପରି ପୂର୍ବ ବର୍ଷ ତୁଳନାରେ ଗତ ସେପ୍ଟେମ୍ବରରେ ମଧ୍ୟ ଦାମ୍ କମ୍ ରହିଛି ।

ବିଗତ ଦୁଇ ମାସରେ ଘରୋଇ ବଜାରରେ ଗୋଟିଏ ଲିଟର ରିଫାଇନ ସନଫ୍ଲାୱାର ଅଏଲ୍ ପ୍ୟାକେଟ ମୂଲ୍ୟ ୧୮୭ ଟଙ୍କାରୁ ୧୬୮ ଟଙ୍କାକୁ ହ୍ରାସ ପାଇଛି । ସେହିପରି ୧ ଲିଟର ରିଫାଇନ ସୋୟାବିନ ଅଏଲ୍ ପ୍ୟାକେଟ ମୂଲ୍ୟ ୧୫୮ ଟଙ୍କାରୁ କମି ୧୫୦ ଟଙ୍କା ହୋଇଯାଇଛି ।

ଆରବିଡି ପାମୋଲିନର ୧ ଲିଟର ପ୍ୟାକେଟ ଦାମ୍ ୧୩୮ ଟଙ୍କାରୁ ୧୨୧ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲ ଦର ହ୍ରାସ ଏବଂ ଦାମ୍ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ଏହାର ଆମଦାନୀ ଶୁଳ୍କ ହ୍ରାସ କରିବା ଯୋଗୁଁ ବଜାରରେ ଦର ମଧ୍ୟ ହ୍ରାସ ପାଇଛି । କହିରଖୁଛୁ କି, ଭାରତ ବିଶ୍ବରେ ଖାଇବା ତେଲର ବଡ ଆମଦାନୀକାରୀ ଅଟେ ।

ରିପୋର୍ଟ ଅନୁଯାୟୀ, ଗତ ୫ ମାସ ମଧ୍ୟରେ ଆରବିଡି ପାମୋଲିନ, ରିଫାଇନ ସୋୟାବିନ ଅଏଲ, ସନଫ୍ଲାୱାର ଅଏଲ, ସୋରିଷ ତେଲର ରିଟେଲ ପ୍ରାଇସ୍ ଯଥାକ୍ରମେ ୨୩%, ୧୨%, ୧୩% ଏବଂ ୮% ହ୍ରାସ ରେକର୍ଡ କରିଛି । ସେହିପରି ସର୍ବଭାରତୀୟ ସ୍ତରରେ ଆରବିଡି ପୋମୋଲିନର ହୋଲସେଲ୍ ପ୍ରାଇସ ୨୫%, ରିଫାଇନ ସୋୟାବିନ ଅଏଲ ୧୩%, ସନଫ୍ଲାୱାର ଅଏଲରେ ୧୪% ଓ ସୋରିଷ ତେଲ ଦାମ୍ ୯% କମିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking