26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୦ ଟଙ୍କା କମିପାରେ ଖାଇବାତେଲ ଦର

୧୦ ଟଙ୍କା କମିପାରେ ଖାଇବାତେଲ ଦର

ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଭଲ ଖବର। ଖୁବ୍‌ ଶୀଘ୍ର ଖାଇବା ତେଲର ଉଚ୍ଚ ଦରଦାମରୁ ଖାଉଟିଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିପାରେ। କେନ୍ଦ୍ର ଖାଦ୍ୟ ଏବଂ ଉପଭୋକ୍ତା ମନ୍ତ୍ରାଳୟ ସହ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି ଖାଇବା ତେଲ ଉତ୍ପାଦନକାରୀ ଏବଂ ପ୍ରକ୍ରିୟାକାରୀ କମ୍ପାନୀ। ବିଦେଶୀ ବଜାରରେ ଖାଇବା ତେଲ ଦାମ୍ କମିବା ପରେ ଏବେ ଘରୋଇ ବଜାରରେ ଏହାର ଦାମ୍ କମାଇବାକୁ ସରକାର ଚିନ୍ତା କରୁଛନ୍ତି।

ସୂଚନାନୁଯାୟୀ, ବିଶ୍ବ ବଜାରରେ ତୈଳ ଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଇବା ତେଲର ଦାମ୍ କମ୍‌ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ। ଏଥିଯୋଗୁ ଆଗାମୀ ଦିନରେ ବଜାରରେ ଖାଇବା ତେଲ ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି। ଗତ ମାସରେ ମଧ୍ୟ ତୈଳ ଦର ହ୍ରାସ କରିଥିଲେ କମ୍ପାନୀ। ଭାରତ ଖାଇବା ତେଲର ପ୍ରାୟ ଦୁଇ ତୃତୀୟାଂଶ ତେଲର ଆମଦାନୀ କରିଥାଏ। ତେବେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଇଣ୍ଡୋନେସିଆ ଦ୍ୱାରା ପାମୋଲିନ୍‌ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ଖାଇବା ତେଲ ଦର ବୃଦ୍ଧି ପାଇଥିଲା। ତେବେ ନିକଟରେ ଇଣ୍ଡୋନେସିଆର ପ୍ରତିବନ୍ଧକ ହଟାଇବା ପରେ ବୈଶ୍ୱିକ ବଜାରରେ ତେଲ ଦର ହ୍ରାସ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking