34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୨୬ରେ ହାଜର ହେବାକୁ ଜ୍ୟାକଲିନ୍‌ଙ୍କୁ ଇଡି ସମନ

୨୬ରେ ହାଜର ହେବାକୁ ଜ୍ୟାକଲିନ୍‌ଙ୍କୁ ଇଡି ସମନ

ନୂଆଦିଲ୍ଲୀ : କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ରଖିଥିବା ଏବଂ ତାଙ୍କ ନିକଟରୁ କୋଟି କୋଟି ଟଙ୍କାର ମୂଲ୍ୟବାନ ଉପହାର ଗ୍ରହଣ କରିଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ବର୍ତ୍ତମାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରରେ ରହିଛନ୍ତି । ଏହି ମାମଲାରେ ଇଡି ପକ୍ଷରୁ ସେପ୍ଟମ୍ବର ୨୬ରେ ହାଜର ହେବାକୁ ତାଙ୍କୁ ସମନ ଜାରି କରାଯାଇଛି । ଇତିପୂର୍ବରୁ ଜ୍ୟାକଲିନ୍‌ଙ୍କୁ ଅଗଷ୍ଟ ୨୯ରେ ହାଜର ହେବାକୁ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ତେବେ ଜ୍ୟାକ୍‌ଲିନ ସେଦିନ ଅନୁପସ୍ଥିତ ରହିଥିବାରୁ ବର୍ତ୍ତମାନ ସେପ୍ଟେମ୍ବର ୧୨ରେ ହାଜର ହେବାକୁ ସାନି ସମନ ଜାରି କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking