34.1 C
Bhubaneswar
Friday, March 29, 2024
Homeବଲିଉଡରିୟା ଙ୍କୁ ପୁଣି ଜେରା କରିବ ଇଡି

ରିୟା ଙ୍କୁ ପୁଣି ଜେରା କରିବ ଇଡି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ପଚରାଉଚୁରା ଜାରି ରଖିଛି। ଅଗଷ୍ଟ ୭ରେ ଇଡି ରିୟାଙ୍କୁ ମନି ଲଣ୍ଡରିଂ ମାମଲାରେ ୮ ଘଣ୍ଟା ପଚରାଉଚୁରା କରିଥିଲା। ତେବେ ରିୟାଙ୍କ ଉତ୍ତରରେ ଇଡି ସନ୍ତୁଷ୍ଟ ନାହିଁ। ଫଳରେ ରିୟାଙ୍କୁ ପୁଣି ଥରେ ସମନ ପଠାଇଛି ଇଡି। ଆଜି ରିୟାଙ୍କୁ ପଚରାଉଚୁରା କରାଯିବ।
ସୂଚନାନୁଯାୟୀ, ଆଜି ରିୟାଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଇଡି ପଚରାଉଚୁରା କରିବ। ରିୟାଙ୍କ ପିତା, ତାଙ୍କ ଭାଇ ଓ ବିଜେନେସ ମ୍ୟାନେଜର ଏହି ତାଲିକାରେ ସାମିଲ ଅଛନ୍ତି। ତେବେ ସିଦ୍ଧାର୍ଥ ପଠାନୀଙ୍କୁ ମଧ୍ୟ ଆଜି ପଚରାଉଚୁରା କରାଯାଇପାରେ।
ରିୟାଙ୍କ ଗତ ୨ ବର୍ଷର ଇନଭେଷ୍ଟମେଣ୍ଟ ବିଷୟରେ ପଚରାଉଚୁରା କରିବ ଇଡି। ରିୟାଙ୍କର ଏଭଳି କିଛି ଇନଭେଷ୍ଟମେଣ୍ଟ ରହିଛି ଯାହା ବିଷୟରେ ଇଡିକୁ କୁହାଯାଇ ନାହିଁ ବୋଲି ଇଡି ଆଶଙ୍କା କରୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଅର୍ଥ ବିଷୟରେ ମଧ୍ୟ ଇଡି ପଚାରିବ। ରିୟା ଏବଂ ତାଙ୍କ ଭାଇଙ୍କ କମ୍ପାନୀ, ବିଜନେସ୍, କ୍ୟାପିଟାଲ ବିଷୟରେ ମଦ୍ୟ ଇଡି ପଚରାଉଚୁରା କରିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking