ଇକୋ ଫ୍ରେଣ୍ଡ ପକ୍ଷରୁ ଜାତୀୟ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ

ବଡସାହି: ଶିମିଳିପାଳ ପାଦଦେଶରେ ଅବସ୍ଥିତ ଶ୍ରୀଦାମ ଚନ୍ଦ୍ରପୁର ଗ୍ରାମପଂଚାୟତର ମାଟିହୁଡ଼ି ଗ୍ରାମରେ ଜାତୀୟ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ଇକୋ କ୍ଲବର ଜିଲ୍ଲା ସଂଯୋଜକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କର ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଗୋପବନ୍ଧୁ ବାଳାଶ୍ରମର ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ବିନ୍ଦୁମତି ମହାନ୍ତ ସମ୍ମାନିତ ଅତିଥି ଭାବରେ ସରସ୍ବତୀ ସିଂ, ମୁଖ୍ୟ ବକ୍ତା ଭାବରେ ଇକୋଫ୍ରେଣ୍ଡ ଜିତୁନ କୁମାର ମହାନ୍ତ ଯୋଗ ଦାନ କରି ବନ୍ୟପ୍ରାଣୀ ସୁରକ୍ଷାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଅଧ୍ୟକ୍ଷୀୟ ଭାଷଣ ପ୍ରଦାନ କରି ଡକ୍ଟର ରମାକାନ୍ତ ମହାନ୍ତ କହିଲେ ଯେ ” ଦୃତ ଜନସଂଖ୍ୟା ବୃଦ୍ଧି, ପ୍ରାକୃତିକ ସମ୍ପଦର ଅବକ୍ଷୟ, ଜଳବାୟୁ ପରିବର୍ତନ, ଶିକ୍ଷା ତଥା ସଚେତନତାର ଅଭାବ ବନ୍ୟ ପ୍ରାଣୀ ଧ୍ୱଂସର ମୁଖ୍ୟ କାରଣ, ଏଥିରେ ଇକୋ ଫ୍ରେଣ୍ଡ ମମତା ସିଂହ, ଅନୁରାଧା ସିଂହ, ସ୍ୱର୍ଣରେଖା ମହାନ୍ତ, ଦୀପା ମହାନ୍ତ, ନିରୁପମା ମହାନ୍ତ, ସୁଶାନ୍ତ ମହାନ୍ତ, ପ୍ରଶାନ୍ତ ସିଂ, ରୋହିତ ମହାନ୍ତ ଯୋଗ ଦାନକରି ଶିମିଳିପାଳ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଉପରେ ଆଧାରିତ ସଂଗୀତ ପରିବେଷଣ କରିଥିଲେ, ଧନ୍ୟବାଦ ଅର୍ପଣ କରିଥିଲେ ଦେବବ୍ରତ ମହାନ୍ତ ।

LEAVE A REPLY

Please enter your comment!
Please enter your name here