ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର : ଉପନିର୍ବାଚନ ପାଇଁ ଆଜି ସବୈତନିକ ଛୁଟି ଘୋଷଣା ହୋଇଛି। ନିର୍ବାଚନ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଛୁଟି ଘୋଷଣା କରାଯାଇଛି । ୩ ତାରିଖରେ ବନ୍ଦ ରହିବ ସରକାରୀ ଓ ବେସରକାରୀ ଅନୁଷ୍ଠାନ। ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ସବୈତନିକ ଛୁଟି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସବୁ ସରକାରୀ, ବେସରକାରୀ ଅନୁଷ୍ଠାନ କର୍ମଚାରୀଙ୍କୁ ସବୈତନିକ ଛୁଟି ଦେବା ପାଇଁ କୁହାଯାଇଛି। ନିର୍ବାଚନ ମଣ୍ଡଳୀ ବାହାରେ ଚାକିରି କରୁଥିବା ଲୋକ ବି ଛୁଟି ନେଇପାରିବେ। ସେହିପରି ଭୋଟ ଦେବା ପାଇଁ ବାହାରେ ଚାକିରି କରୁଥିବା ଲୋକ ଛୁଟି ନେଇ ପାରିବେ।

LEAVE A REPLY

Please enter your comment!
Please enter your name here