37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଗୁଡ ଖାଇଲେ କ’ଣ ଲାଭ ମିଳେ

ଗୁଡ ଖାଇଲେ କ’ଣ ଲାଭ ମିଳେ

ଭୁବନେଶ୍ୱର: ସାଧାରଣତଃ ସମସ୍ତେ ଖାଦ୍ୟରେ କିମ୍ବା ଖାଇ ସାରିବା ପରେ ମିଠା ଖାଇବାକୁ ପସନ୍ଦ କରନ୍ତି । ଅନେକ ଲୋକ ଚିନିରେ ତିଆରି ମିଠା ଖାଇବାକୁ ପସନ୍ଦ କରୁଥିବା ବେଳେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିବା ଲୋକେ ଗୁଡରେ ପ୍ରସ୍ତୁତ ମିଠା ଖାଇବାକୁ ପସନ୍ଦ କରନ୍ତି । ହେଲେ ଏମିତି ବି ଅନେକ ଅଛନ୍ତି ଯିଏ, ଗୁଡ ଖାଇବାକୁ ଭଲପାଆନ୍ତି ନାହିଁ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଗୁଡରେ ଗ୍ଲୁକୋଜ, ସୁକ୍ରୋଜ, ତରଳ ଖଣିଜ ଭରପୂର ମାତ୍ରାରେ ରହିଥାଏ । ଡାଇବେଟିସରେ ଆକ୍ରାନ୍ତ ରୋଗୀମାନେ ମଧ୍ୟ ଗୁଡ ମିଶ୍ରିତ ଖାଦ୍ୟ ବିନା ଦ୍ୱନ୍ଦରେ ଖାଇପାରିବେ । ତାହେଲେ ଆସନ୍ତୁ ଜାଣିବା ଗୁଡ ଆମ ଶରୀରରେ କି ପ୍ରକାର ସାହାଯ୍ୟ କରେ ।
ଶରୀରକୁ ସୁସ୍ଥ ଓ ସଂକ୍ରମଣ ସହ ଲଢ଼ିବାର କ୍ଷମତା ଆମ ପ୍ରତିରକ୍ଷା ପ୍ରଣାଳୀ ଉପରେ ନିର୍ଭର କରିଥାଏ। ଗୁଡ଼ରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌, ଜିଙ୍କ୍‌ ଓ ସେଲେନିୟମ୍‌-ଫ୍ରି ରେଡିକଲ୍ସ କ୍ଷତି ରୋକିବାରେ ସାହାଯ୍ୟ କରିଥାଏ। ଏହାସହ ସଂକ୍ରମଣ ସହ ଲଢ଼ିବାକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
ଶ୍ୱାସ ରୋଗୀଙ୍କୁ ଗୁଡ଼ ସେବନ କରିବାକୁ କୁହାଯାଏ। ଗୁଡ଼ ଶରୀରର ତାପମାନକୁ ନିୟନ୍ତ୍ରଣ କରିଥାଏ। ଏଥିରେ ଥିବା ଆଣ୍ଟି ଏଲର୍ଜିକ୍‌ ଗୁଣ ଆସ୍ଥମା ବା ଶ୍ଵାସ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ ହୋଇଥାଏ।
ଗୁଡ଼ ସେବନ କରିବା ଦ୍ୱାରା ଥଣ୍ଡା, କାଶ ଓ କଫ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଥଣ୍ଡା ହେବା ସମୟରେ କଞ୍ଚା ଗୁଡ଼ ଖାଇବା ଉଚିତ୍‌ ନୁହେଁ। ଏହାକୁ ଆପଣ ଚାହା କିମ୍ବା ଗୁଡ଼ ଲଡ଼ୁ ପ୍ରସ୍ତୁତ କରି ଖାଇପାରିବେ। ଏହାଛଡ଼ା ଗଳା ବସିବା କିମ୍ବା ଦରଜ ହେଉଥିଲେ ଗୋଲମରିଚ ସହ ୫୦ ଗ୍ରାମ୍‌ ଗୁଡ଼ ମିଶାଇ ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।
ଗୁଡ଼ ତ୍ୱଚା ପାଇଁ ବହୁତ ଉପକାରୀ। ଗୁଡ଼ ରକ୍ତ ସଫା କରିବାରେ ସାହାଯ୍ୟ କରିଥାଏ। ରକ୍ତ ସଫା ରହିବା କାରଣରୁ ତ୍ୱଚା ଚମକଦାର ହେବା ସହ ଆକର୍ଷଣୀୟ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking