29.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ

ରୋଗ ପ୍ରତିରୋଧ ଶକ୍ତି ବଢ଼ାଏ ନଡ଼ିଆ

ଭୁବନେଶ୍ୱର : ନଡ଼ିଆ ଓ ନଡ଼ିଆ ତେଲର ଅନେକ ଚମତ୍କାରୀ ଗୁଣ ରହିଛି । ନଡ଼ିଆରେ ଭିଟାମିନ୍ , ମିନେରାଲ୍, କାର୍ବୋହାଇଡ୍ରେଡ୍ ଓ ପ୍ରୋଟିନ୍ ରହିଛି । ଏହାସହ ନଡ଼ିଆରେ ଥିବା ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ସ୍ମୃତିଶକ୍ତିକୁ ପ୍ରଖର କରିଥାଏ । ଏହା ବ୍ୟତୀତ ନଡ଼ିଆରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା…

– ଯଦି ଆପଣଙ୍କର ବାନ୍ତି ହେଉଛି ତେବେ ନଡ଼ିଆ ଚୋବାଇ ଖାଆନ୍ତୁ, ଦେଖିବେ ବାନ୍ତି ହେବା ବନ୍ଦ ହୋଇଯିବ ।

-ନଡ଼ିଆରେ ବାଦାମ, ଅଖରୋଟ ଓ ମିଶିରି ମିଶାଇ ପ୍ରତିଦିନ ଖାଆନ୍ତୁ । ଏଥିରେ ଥିବା ଭଲ କୋଲେଷ୍ଟ୍ରଲ୍ ହାର୍ଟକୁ ସୁସ୍ଥ ରଖିଥାଏ ।

– ଅଧିକ ଗରମ ହେଲେ ଯେଉଁ ଲୋକଙ୍କର ନାକରୁ ରକ୍ତ ପଡୁଛି, ସେମାନଙ୍କ ପାଇଁ ନଡ଼ିଆ ଔଷଧ ଭାବରେ କାର୍ଯ୍ୟ କରିଥାଏ । ଏଥିରେ ମିଶିରି ମିଶାଇ ଖାଇଲେ ନାକରୁ ରକ୍ତ ପଡ଼ିବା ବନ୍ଦ ହୋଇଥାଏ ।

– ମୁହଁରେ ବ୍ରଣ ସମସ୍ୟା ଦେଖା ଦେଉଥିଲେ କାକୁଡ଼ି ରସରେ ନଡ଼ିଆ ପାଣି ମିଶାଇ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଯିବ ।

– ପେଟରେ କୃମି ହେଉଥିଲେ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ଗ୍ରାଇଣ୍ଡିଂ କରି ଗୋଟିଏ ଚାମଚ ଖାଆନ୍ତୁ । ଏପରି କଲେ ପେଟରେ ଥିବା କୃମି ଖୁବ୍ ଶୀଘ୍ର ମରିଯିବେ ।

– ନଡ଼ିଆ ଏକ ଭଲ ଆଣ୍ଟି-ବାୟୋଟିକ୍ ହୋଇଥିବାରୁ ଏହାକୁ ଖାଇଲେ ଆଲର୍ଜି ଦୂର ହୋଇଥାଏ ।

– କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ନଡ଼ିଆ ଖାଆନ୍ତୁ । ଏଥିରେ ଥିବା ଫାଇବର୍ ତତ୍ତ୍ୱ କୋଷ୍ଠକାଠିନ୍ୟକୁ ଭଲ କରିଥାଏ ।

– ନଡ଼ିଆ ଇମ୍ୟୁନୋ ସିଷ୍ଟମ୍କୁ ମଜବୁତ୍ କରିଥାଏ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଫଙ୍ଗଲ୍ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରୋଗ ସହିତ ଲଢେ଼ଇ କରିବା ପାଇଁ ଶକ୍ତି ଯୋଗାଇଥାଏ । ବିଶେଷ କରି ଗର୍ଭବତୀ ମହିଳାମାନେ ନଡ଼ିଆ ଖାଇଲେ ଭଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking