26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶଶିମଲାରେ ଭୂ-କମ୍ପ ଝଟକା : ତୀବ୍ରତା ୩.୨

ଶିମଲାରେ ଭୂ-କମ୍ପ ଝଟକା : ତୀବ୍ରତା ୩.୨

ଶିମଲା : ହିମାଚଳ ପ୍ରଦେଶରେ ଲଗାତାର ଅନୁଭୂତ ହେଉଥିବା ମୃଦୁ ଭୂ-କମ୍ପ ଲୋକଙ୍କ ନିଦ ହଜାଇଛି । ଗତ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ରବିବାର ସକାଳ ୧୦ଟା ୧୩ ମିନିଟ୍ ସମୟରେ ରାଜଧାନୀ ଶିମଲାରେ ଭୂ-କମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ଥିଲା ୩.୨ । ଶିମଲାର ୩୧.୩ ଡ଼ିଗ୍ରୀ ଉତର ଅକ୍ଷାଂଶ ଏବଂ ୭୭.୪ ଡ଼ିଗ୍ରୀ ପୂର୍ବ ସ୍ଥାନରେ ଭୂମି ଠାରୁ ୫ କି.ମି. ଗଭୀରରେ ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ଥିଲା । ମୌସୁମୀ ବିଜ୍ଞାନ କେନ୍ଦ୍ର ଶିମଲାର ନିର୍ଦ୍ଦେଶକ ମନମୋହନ ସିଂହ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଭୂମିକମ୍ପର ତୀବ୍ରତା କମ୍ ଥିବାରୁ ଏହା ବିଶେଷ କିଛି କ୍ଷୟକ୍ଷତି କରିନାହିଁ ।
ସେ କହିଥିଲେ ଯେ, ଗତ ଫେବୃଆରୀ ୧୮ ତାରିଖରେ ଶିମଲାରେ ୨.୯ ତୀବ୍ରତାର ଭୂ-କମ୍ପ ଅନୁଭୂତ ହୋଇଥିଲା । ଫେବୃଆରୀ ୨୬ ତାରିଖ ଠାରୁ ରାଜ୍ୟରେ ପ୍ରତିଦିନ ଭୂମିକମ୍ପର ଝଟକା ଅନୁଭୂତ ହେଉଛି । ଶିମଲା ବ୍ୟତୀତ କୁୁଲଲ ଓ ଚମ୍ବାରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking