26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଭୂମିକମ୍ପରେ ଦୋହଲି ଉଠିଲା ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ

ଭୂମିକମ୍ପରେ ଦୋହଲି ଉଠିଲା ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣ

ମେଲ୍‌ବର୍ଣ୍ଣ: ଆଜି ସକାଳେ ଭୂମିକମ୍ପ ହେତୁ କୋଠାବାଡ଼ି ଦୋହଲି ଉଠି ଅଷ୍ଟ୍ରେଲିଆର ଦକ୍ଷିଣପୂର୍ବାଞ୍ଚଳ ଦୋହଲି ଉଠିବା ସହ କାନ୍ଥ ପଡ଼ିଯିବାରୁ ଭୀତତ୍ରସ୍ତ ‌ଜନତା ମେଲ୍‌ବର୍ଣ୍ଣ ରାସ୍ତା ଉପ‌ରକୁ ଦୌଡ଼ି ଆସିଥିଲେ। ସ୍ଥାନୀୟ ସମୟ ଠିକ୍‌ ସକାଳ ୯ଟା ପରେ ଦେଶର ଦ୍ବିତୀୟ ମହାନଗରର ପୂର୍ବ ପ୍ରାନ୍ତରେ ସଂଘଠିତ ଏହି ଅଗଭୀର ଭୂମିକମ୍ପ ୭୦୦ କିଲୋମିଟର୍‌ ଦୂରଯାଏଁ ଅନୁଭୂତ ହୋଇଥିଲା। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୫.୮ ଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ପ୍ରଥମେ କହିଥିଲା। କିନ୍ତୁ, ତୀବ୍ରତା ୫.୯ ବୋଲି ପରେ ସଂଶୋଧନ କରି କହିଛି। ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରେ ଏହି ଭୂକମ୍ପନ ସଂଘଠିତ ‌ହୋଇଥିଲା। ଭୂମିକମ୍ପ ପ୍ରକୋପରେ ମେଲ୍‌ବର୍ଣ୍ଣର ଜନପ୍ରିୟ ବିପଣନ ଅଞ୍ଚଳ ଚାପେଲ୍‌ ଷ୍ଟ୍ରିଟ୍‌ରେ ଘରଦ୍ବାରର ଭଙ୍ଗାରୁଜା ଅଂଶ ବିଛାଡ଼ି ହୋଇ ପଡ଼ିବା ସହ କୋଠାବାଡ଼ିରୁ ଇଟା ସବୁ ବାହାରି ଆସିଥିବା ପରି ଦେଖାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking