19.1 C
Bhubaneswar
Tuesday, January 25, 2022
Homeଦେଶ ବିଦେଶପୂର୍ବ ଋଷିଆରେ ଭୂ-କମ୍ପ

ପୂର୍ବ ଋଷିଆରେ ଭୂ-କମ୍ପ

ମସ୍କୋ : ଋଷିଆର ପୂର୍ବାଞ୍ଚଳରେ ଥିବା ଚୁକୋଟକା ରାଜ୍ୟରେ ଆଜି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିବା ଜଣାପଡ଼ିଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଚିକୋଟକା ଅଞ୍ଚଳରେ ଭାରତୀୟ ସମୟ ଅପରାହ୍ଣ ୨ଟା ବେଳେ ଏହି ଭୂମିକମ୍ପ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଚୁକୋଟକା ରାଜ୍ୟର ରାଜଧାନୀ ଆନାଡିରଠାରୁ ୪୧୬ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଜଣାପଡିଛି ।

https://onakhabar.com/2020/01/09/mother-murder-her-daughter/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking