27.8 C
Bhubaneswar
Friday, April 19, 2024
Homeଓଡିଶାକମିଶନରେଟ୍ ପୁଲିସ ପକ୍ଷରୁ ଇ-ପାସ୍ ବ୍ୟବସ୍ଥା, ଅନ୍‌ଲାଇନ୍‌ରେ ଆବେଦନ ପରେ ମିଳିବ ପାସ୍‌

କମିଶନରେଟ୍ ପୁଲିସ ପକ୍ଷରୁ ଇ-ପାସ୍ ବ୍ୟବସ୍ଥା, ଅନ୍‌ଲାଇନ୍‌ରେ ଆବେଦନ ପରେ ମିଳିବ ପାସ୍‌

ଭୁବନେଶ୍ୱର : ଆଉ ଥାନାକୁ ଦୌଡିବାକୁ ପଡିବନି କି ମେଲ୍ କରିବାକୁ ପଡିବନି । କମିଶନରେଟ୍ ପୁଲିସ ପକ୍ଷରୁ ଲକ୍‌ଡାଉନ୍‌ରେ ଯାତାୟତ ପାଇଁ ଇ-ପାସ୍ ବ୍ୟବସ୍ଥା କରାଯାଇଛି । ଜରୁରିକାଳୀନ ତଥା ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଘରୋଇ ସଂସ୍ଥାମାନେ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ଇ-ପାସ୍ ପାଇପାରିବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତିି ।
କମିଶନରେଟ୍ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,  ଇ-ପାସ୍  ପାଇଁ ଘରୋଇ ସଂସ୍ଥାଗୁଡିକରୁ ଅନ୍‌ଲାଇନ୍‌ରେ ସେମାନଙ୍କ କର୍ମଚାରୀଙ୍କ ନାମ ଓ ସେ ଯାତାୟତ କରିବାକୁ ଥିବା ସ୍ଥାନ ସମ୍ପର୍କରେ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏହି ରେଜିଷ୍ଟ୍ରେସନ୍ ପାଇଁ https://cp.erp.quocent.com/  ଏହି ଲିଙ୍କ୍ ମାଧ୍ୟମରେ ଆବେଦନ କରିପାରିବେ ।

ଆବେଦନ ପରେ ଅନ୍‌ଲାଇନ୍‌ରେ ସେଠାରୁ ଏକ ସ୍ୱୀକୃତି ପତ୍ର ମିଳିବ । ଏଥିସହିତ ଡିସିପି ଅଫିସକୁ ଆବେଦନ ନେଇ ସୂଚନା ମିଳିଯିବ । ଯାହା ଦ୍ୱାରା ସେମାନେ ଚଳପ୍ରଚଳ କରିବା ବେଳେ ଉକ୍ତ ପତ୍ର ଦେଖାଇ ଯାଇପାରିବେ । ଯାତାୟତବେଳେ କର୍ମଚାରୀମାନଙ୍କୁ ଉକ୍ତ ପାସ୍ ସହ ସେମାନଙ୍କ ଆଇ-କାର୍ଡ ସାଙ୍ଗରେ ନେବାକୁ କୁହାଯାଇଛି । ଯଦି କେହି ଇ-ପାସ୍ ପାଇନାହାନ୍ତି ତେବେ ସେମାନଙ୍କୁ ଡିସିପି ଅଫିସକୁ କମ୍ପାନୀ ଅବା ସଂସ୍ଥା ପକ୍ଷରୁ ମେଲ୍ କରାଯାଇଥିବା ଲେଟର୍ ସହ ଆଇ-କାର୍ଡ ସାଙ୍ଗରେ ନେଇଯିବାକୁ କୁହାଯାଇଛି । ସେହିପରି ଛୋଟ ଛୋଟ ବ୍ୟବସାୟୀକ ସଂସ୍ଥାଗୁଡିକ ମାଲିକଙ୍କୁ ଟ୍ରେଡ୍ ଲାଇସେନ୍ସ ସାଙ୍ଗରେ ଧରି ଯିବାକୁ କୁହାଯାଇଛି । କର୍ମଚାରୀମାନଙ୍କୁ କମ୍ପାନୀ କାର୍ଡ ଅବା କାର୍ଯ୍ୟରତ କମ୍ପାନୀ ଅବା ଦୋକାନରେ କାର୍ଯ୍ୟ କରୁଥିବା ନେଇ ଯେକୌଣସି ପରିଚୟପତ୍ର ସାଙ୍ଗରେ ନେଇଯିବାକୁ କୁହାଯାଇଛି ।

ଯେଉଁମାନେ ବିନା ପାସ୍‌ରେ ଯାତାୟତ କରିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ସଂସ୍ଥାଗୁଡିକରେ ଠକ୍ ଭାବେ କୋଡିଡ୍ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ଯାଞ୍ଚ କରାଯିବ । ଆବଶ୍ୟକ ସ୍ଥଳେ କମିଶନରେଟ୍ ପୁଲିସ ପକ୍ଷରୁ ଟିମ୍ ଯାଇ ଚଢଉ ସଂସ୍ଥାରେ ଯାଞ୍ଚ କରିପାରିବେ । ଯଦି କୌଣସି ସଂସ୍ଥା କୋଭିଡ୍ ନିୟମର ଉଲ୍ଲଙ୍ଘନ କରୁଥିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking