40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଇ-ଇପିକ୍‌ ଡାଉନ୍‌ଲୋଡ୍‌ ସମୟସୀମା ବୃଦ୍ଧି

ଇ-ଇପିକ୍‌ ଡାଉନ୍‌ଲୋଡ୍‌ ସମୟସୀମା ବୃଦ୍ଧି

ଭୁବନେଶ୍ୱର : ଭାରତ ନିର୍ବାଚନ ଆୟୋଗ ଗତ ୨୫ ତାରିଖ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଭୋଟରମାନଙ୍କ ପାଇଁ (ଇ-ଇପିକ୍‌) ଇଲେକ୍‌ଟ୍ରୋନିକ୍ସ ଭୋଟର ପରିଚୟ ପତ୍ରର ଶୁଭାରମ୍ଭ କରିଥିଲେ । ଏହା ଏକ ଡିଜିଟାଲ୍‌ ଭୋଟର ପରିଚୟ ହୋଇଥିବାରୁ ଭୋଟରମାନେ ଏହାକୁ Voter Helpline Mobile App କିମ୍ବା voterportal.eci.in କିମ୍ବା  nvsp.in  ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିପାରିବେ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନୂତନ ଭୋଟରମାନେ(ପ୍ରଥମ ଥର ଭୋଟର) ଯେଉଁମାନଙ୍କର ଭୋଟର ତାଲିକା ସହ ନିଜ ମୋବାଇଲ୍‌ ନମ୍ବର ପଂଜୀକୃତ ହୋଇଥିବ, ସେମାନେ ଜାନୁଆରୀ ୨୫ ତାରିଖଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ନିଜ ମୋବାଇଲ୍‌ ମାଧ୍ୟମରେ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିପାରିବେ ଓ ଅନ୍ୟାନ୍ୟ ଭୋଟର ଯେଉଁମାନଙ୍କର ମୋବାଇଲ୍‌ ନମ୍ବର ପଂଜୀକୃତ ହୋଇଥିବ ସେମାନେ ଫେବୃଆରୀ ୧ ତାରିଖଠାରୁ ଇ-ଇପିକ୍‌ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ଼ କରିପାରିବେ ବୋଲି ପୂର୍ବରୁ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ବର୍ତ୍ତମାନ ଇ-ଇପିକ୍‌ ପ୍ରତି ନୂତନ ଭୋଟରମାନଙ୍କର ପ୍ରବଳ ଆଗ୍ରହ ଦେଖି ନିର୍ବାଚନ ଆୟୋଗ ଇ-ଇପିକ୍‌ ଡାଉନ୍‌ଲୋଡ୍‌ କରିବାର ସମୟସୀମା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ବିଭିନ୍ନ ରାଜ୍ୟମାନେ ମଧ୍ୟ ବହୁ ନୂତନ ଭୋଟରମାନେ ଇ-ଇପିକ୍‌ ବା ଡିଜିଟାଲ୍‌ ଫଟୋ ପରିଚୟପତ୍ର ନିଜ ମୋବାଇଲ୍‌ କିମ୍ବା କମ୍ପୁ୍ୟଟର ମାଧ୍ୟମରେ ଡାଉନ୍‌ଲୋଡ୍‌ କରିନଥିବା ଏବଂ ଏଥି ନିମନ୍ତେ ଅଧିକ ସମୟ ଦେବା ଲାଗି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ । ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପ୍ରାଥମିକତା ଭିତ୍ତିରେ ୨୦୨୧ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାରେ ନୂତନ ଭାବେ ପଂଜୀକୃତ ହୋଇଥିବା ନୂତନ ଭୋଟରମାନଙ୍କ ନିମନ୍ତେ ଇ-ଇପିକ୍‌ ଡାଉନ୍‌ଲୋଡ଼ କରିବା ସମୟସୀମା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଅନ୍ୟାନ୍ୟ ଭୋଟର ଏସ୍‌ଏସ୍‌ଆର୍‌-୨୦୨୧ ପୂର୍ବରୁ ପଂଜୀକୃତ ଭୋଟରମାନେ ଯେଉଁମାନଙ୍କ ମୋବାଇଲ୍‌ ନମ୍ବର ସଂଯୋଗ
ହୋଇଥିବ, ସେମାନଙ୍କ ପାଇଁ ଇ-ଇପିକ୍‌ ବା ଡିଜିଟାଲ୍‌ ଫଟୋ ପରିଚୟ ଡାଉନ୍‌ଲୋଡ୍‌ କରିବାର ସମୟ ଅଲଗା ଭାବେ ପରେ ନିର୍ବାଚନ ଆୟୋଗଙ୍କ ତରଫରୁ ଜଣାଇ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ତରଫରୁ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ଏ ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀମାନେ ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ନିର୍ବାଚନ ପଂଜୀକରଣ ଅଧିକାରୀମାନଙ୍କୁ ଜଣାଇବା ସହ ଇ-ଇପିକ୍‌ର ସୁଯୋଗ ନେବା ନିମନ୍ତେ ସମସ୍ତ ନୂତନ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking