30.1 C
Bhubaneswar
Wednesday, April 24, 2024
Homeଓଡିଶାଅର୍ଜୁନ ପୁରସ୍କାର ପାଇଁ ଦୁତିଚାନ୍ଦଙ୍କ ନାମ ସୁପାରିସ

ଅର୍ଜୁନ ପୁରସ୍କାର ପାଇଁ ଦୁତିଚାନ୍ଦଙ୍କ ନାମ ସୁପାରିସ

ଭୁବନେଶ୍ୱର : ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ ବୁଧବାର ଦିନ ଓଡିଶାର ମହିଳା ଧାବିକା ଦୁତିଚାନ୍ଦଙ୍କ ନାମ ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି । ପୂର୍ବରୁ ଓଡିଶା ସରକାରଙ୍କ କ୍ରୀଡା ବିଭାଗ ଦୁତିଙ୍କ ନାମ ସୁପାରିସ କରିଥିଲା । ସୂଚନାଯୋଗ୍ୟ, ଗତ ବର୍ଷ ଦୁତିଙ୍କ ନାମ ସୁପାରିସ କରିବା ପାଇଁ ଚର୍ଚ୍ଚା ଚାଲିଥିଲା । ମାତ୍ର ରାଜ୍ୟ କ୍ରୀଡା ବିଭାଗ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସୁପାରିସ କରି ପାରିଲେ ନାହିଁ । ଦୁତିଚାନ୍ଦ ୨୦୧୮ ଏସିଆଡରେ ୧୦୦ ଓ୨୦୦ ମିଟର ଦୌଡରେ ଭାରତ ପାଇଁ ଦୁଇ ରୌପ୍ୟ ପଦକ ଜିଣି ନୂଆ ରେକର୍ଡ ପ୍ରତିଷ୍ଠା କରିଥିବା ବେଳେ ଏସିଆନ ଚାମ୍ପିଅନଶିପରେ ୪ ବ୍ରୋଞ ହାସଲ କରିଥିଲେ । ସେହିପରି ୨୦୧୬ସାଉଥ ଏସିଆନ ଗେମ୍ସର ୧୦୦ଓ ୨୯୯ ମିଟରରେ ଦୁଇ ବ୍ରୋଞ ପଦକ ଅକ୍ତିଆର କରିଥିଲେ । ଦେଶର କ୍ରୀଡ଼ା ସମ୍ମାନ ପୁରସ୍କାର ପାଇଁ ଜୁନ୍ ୩ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ, କରୋନା ଯୋଗୁଁ ଏହା ଆସନ୍ତା ୨୨ ତାରିଖକୁ ବୃଦ୍ଧି କରାଯାଇଛି ।
https://onakhabar.com/2020/06/04/soumya-mishra-appointed-as-adg-fire-services/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking