34.1 C
Bhubaneswar
Friday, March 29, 2024
Homeଓଡିଶାଦୂତୀଙ୍କୁ ଅଲମ୍ପିକ ଟିକେଟ

ଦୂତୀଙ୍କୁ ଅଲମ୍ପିକ ଟିକେଟ

ଭୁବନେଶ୍ୱର: ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଛି ଅଲମ୍ପିକ ଟିକେଟ । ଟୋକିଓ ଅଲମ୍ପିକ ପାଇଁ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ୱାର୍ଲଡ ର‌୍ୟାଙ୍କିଙ୍ଗ ଆଧାରରେ ସେ ଚୟନ ହୋଇଛନ୍ତି । ୧୦୦ ମିଟର ଓ ୨୦୦ ମିଟର ଦୌଡ ବର୍ଗରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଚୟନ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ , ଓଡ଼ିଆ ଧାବିକା ଦୂତି ଚାନ୍ଦ ତାଙ୍କ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୦୦ ମିଟର ରେସ୍ର ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୧.୧୭ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ ନିଜେ ନିଜ ରେକର୍ଡ ଭାଙ୍ଗିଛନ୍ତି। ହେଲେ .୦୦୨ ସେକେଣ୍ଡ ପାଇଁ ତାଙ୍କୁ ଟୋକିଓ ଅଲମ୍ପିକ୍ସରୁ ଦୂରେଇ ଯିବାକୁ ପଡ଼ିଛି। ତାଙ୍କ ପଛରେ ଥିଲେ କର୍ଣ୍ଣାଟକର ଧନେଶ୍ୱରୀ (୧୧.୪୮ ସେକେଣ୍ଡ)। ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୦୦ ମିଟର ରେସ୍କୁ ୧୧.୭୧ ସେକେଣ୍ଡରେ ଅତିକ୍ରମ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking