28.1 C
Bhubaneswar
Saturday, April 20, 2024
Homeଓଡିଶାଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

କଟକ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ମଙ୍ଗଳାବାଗ ଥାନାରେ ହାଜର ହୋଇଥିଲେ ୱେବ ପୋର୍ଟାଲର ଦୁଇ ସାମ୍ବାଦିକ । ୱେବ୍ ପୋର୍ଟାଲ ସାମ୍ବାଦିକ ଅସିତ କୁମାର ରାଉତ ଏବଂ ଦିପ୍ତୀ ଓରଫ ଦାମୋଦର ସେଠୀ ଥାନାରେ ହାଜର ପରେ ଦୁହିଁଙ୍କୁ ମାରାଥନ ଜେରା କରାଯାଇଥିଲା । ମଙ୍ଗଳାବାଗ ଥାନା ଅଧିକାରୀ ପୃଥକ ଭାବେ ଦୁହିଁଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ । ଦୁଷ୍ମନ୍ତ ଦାସ ଆତ୍ମହତ୍ୟା କରିବା ପରେ ମୃତ୍ୟୁହେବା ଘଟଣାରେ ଏହି ଦୁହିଁଙ୍କ ଭୂମିକା କ’ଣ ରହିଥିଲା ସେନେଇ ପଚରାଉଚରା କରିବା ସହ ସିଆରପିସି ଧାର ୧୬୦ ଅନୁଯାୟୀ ବୟାନ ରେକର୍ଡ କରାଯାଇଛି । ପ୍ରଥମେ ଥାନା ଅଧିକାରୀ ପଚରାଉଚରା କରିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଡିସିପ ପ୍ରତୀକ ସିଂହ ମଧ୍ୟ ଜେରା କରିଥିଲେ । ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି ମଙ୍ଗଳାବାଗ ପୋଲିସ । ଅନେକ ଗୁରୁତ୍ୱପୂର୍ଣର୍ ତଥ୍ୟ ହାତରେ ବାଜିଛି ବେଶ ବଜଣାପଡ଼ିଛି ।

ଗତବର୍ଷ ଦୁର୍ଘଟଣାରେ ଶିକାର ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଠିଥିଲା । ଚିକିତ୍ସାଧୀନ ଥିବା ବେଳେ ଦୁଷ୍ମନ୍ତ ଠିକ୍ ଭାବେ ଚାଲି ପାରୁନଥିବା ବେଳେ କିଏ ତାଙ୍କୁ ଭୁବନେଶ୍ୱର ଆଣିଥିଲେ ଓ କିଏ ତାଙ୍କୁ ବିଷ ଦେଇଥିଲେ ତାହାର ଖୋଳତାଡ଼ କରୁଛି ପୋଲିସ । ଦୁଷ୍ମନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଦୁଷ୍ମନ୍ତଙ୍କ ମା’ କୁଜଙ୍ଗ ଥାନାରେ ଗତ ୧୦ତାରିଖରେ ଅଭିଯୋଗ କରିଥିଲେ । କୁଜଙ୍ଗ ଥାନାରୁ ଉକ୍ତ ମାମଲାଟି କଟକ ମଙ୍ଗଳାବାଗ ଥାନାକୁ ସ୍ଥାନାନ୍ତରିତ ପରେ ପୋଲିସ ଏହାର ତଦନ୍ତ କରୁଛି । ତେବେ ପୋଲିସ ଯେଉଁ ଦୁଇ ସାମ୍ବାଦିକଙ୍କୁ ସମନ୍ କରିଛି ସେମାନେ ଦୁଷ୍ମନ୍ତଙ୍କ ସହ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଛି । ମଙ୍ଗଳାବାର ଉଭୟଙ୍କୁ ମଙ୍ଗଳାବାଗ ଥାନା ପୋଲିସ ନୋଟିସ ଜାରିକରିଥିବା ବେଳେ ସେମାନେ ବୁଧବାର ହାଜର ହୋଇଥିଲେ । ତେବେ ଏହି ଘଟଣାରେ ଆଉ କିଛି ସାମ୍ବାଦିକ ପୋଲିସ ସ୍କାନରରେ ଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ପୋଲିସ ଥାନାକୁ ଡକାଇ ପଚରାଉଚରା କରିବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ।

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ଏସ୍‌ସିବିର ୭ ଜଣିଆ ତଦନ୍ତ କମିଟି ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଦୁଷ୍ମନ୍ତ ଏସ୍‌ସିବିରେ ଚିକିତ୍ସା ହେବାକୁ ରାଜି ନହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌ସ ଯିବା ଲାଗି ଗଲା ୬ ତାରିଖରେ ଡିସଚାର୍ଜ କରାଯାଇଥିଲା । କିନ୍ତୁ ୮ ତାରିଖରେ ବିଧାନସଭା ସାମନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ମଝି ଦୁଇ ଦିନ ଦୁଷ୍ମନ୍ତ କେଉଁଠାରେ ଥିଲେ, ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଦୁଷ୍ମନ୍ତଙ୍କ ମୋବାଇଲ୍ ଲୋକେସନ୍ ଓ କଲ୍ ଡିଟେଲ୍‌ସ ସହିତ ସାମ୍ବାଦିକଙ୍କ ସଂପୃକ୍ତି ପୋଲିସ ପାଇଁ ବଳିଷ୍ଠ ପ୍ରମାଣ ହୋଇପାରେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking