ବ୍ରହ୍ମପୁର: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେସନରୁ ଅପହରଣ ପରେ ତାଙ୍କୁ ଏକ ଲଜିଂରେ ରଖି ଦୁଷ୍କର୍ମ ଅଭିଯୋଗରେ ବଡ଼ ବଜାର ପୁଲିସ ଜଣେ ଯୁବକଙ୍କ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନ ଡୁମୂଳା ଗ୍ରାମର ପି. ସରୋଜ କୁମାର ପ୍ରଧାନ(୩୫) ବୋଲି ପୁଲିସ କହିଛି । ଆଜି ପୁଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ଉକ୍ତ ଲଜିଂରୁ ପୋଲିସ ଜବତ କରିଥିବା ଗ୍ଲାସ ଓ ପୀଡ଼ିତାଙ୍କ ବସ୍ତ୍ର ର ସାଇଣ୍ଟିଫିକ ପରୀକ୍ଷା ପାଇଁ ଏସ୍ଏଫ୍ଏସ୍ଏଲ୍କୁ ପଠାଯିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ପୁଲିସ ଉଭୟଙ୍କ ଡ଼ାକ୍ତରିମାଇନା କରାଯାଇଛି । ପୀଡ଼ିତା ଛାତ୍ରୀଙ୍କୁ ସରୋଜ ଖାଦ୍ୟ ଓ ପାନୀୟ ପଦାର୍ଥରେ ନିଶା ମିଶାଇଥିବାରୁ ସେ ଅଚେତ ହୋଇଯାଇଥିଲେ ।
ଏହା ପରେ ସରୋଜ ତାଙ୍କୁ ଦୁଷ୍କର୍ମ କରିଥିବା ପୀଡ଼ିତା ଛାତ୍ରୀ ଜଣଙ୍କ ଧାରା ୧୬୧ ଅନୁସାରେ ତାଙ୍କର ବୟାନ ଦେଇଥିଲେ । ସୂଚନାଯୋଗ୍ୟ ଯେ ଗତ ୧୬ ତାରିଖରେ ବଡ଼ ବଜାର ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇ ଛାତ୍ରୀ ଘରୁ ଚାଲିଯାଇଥିଲେ । ପରିବାର ଲୋକ ଝିଅକୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିଲା । ଶୁକ୍ରବାର ସକାଳେ ପୀଡ଼ିତା ଛାତ୍ରୀ ଜଣଙ୍କ କୌଶଳ କ୍ରମେ ଉକ୍ତ ଲଜିଂରୁ ତାଙ୍କ ଭାଇକୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।
ଜଣେ ଯୁବକ ତାଙ୍କୁ ଅପହରଣ କରିଥିବା ସହ ଆନ୍ଧ୍ରପ୍ରଦେଶର ସୀମାଞ୍ଚଳମର ମାଧୁରୀ କଲ୍ୟାଣ ମଣ୍ଡପମ ନାମକ ଏକ ଲଜିଂରେ ରଖି ଦୁଷ୍କର୍ମ କରିଥିବା ସେ ତାଙ୍କୁ ଭାଇଙ୍କୁ କହିଥିଲେ । ପରେ ପୁଲିସ ଓ ଛାତ୍ରୀଙ୍କ ପରିବାର ସୀମାଞ୍ଚଳମରେ ପହଞ୍ଚିଥିଲେ । ପୁଲିସ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ସେଠାରୁ କାବୁ କରିଥିଲା । ଏହି ମାମଲାରେ ପୁଲିସ ଆଜି ସରୋଜଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ପୋକସ କୋର୍ଟରେ ପିଡ଼ିତାଙ୍କ ଧାରା ୧୬୪ ଅନୁସାରେ ବୟାନ ରେକର୍ଡ କରାଯାଇଥିବା ପୁଲିସ କହିଛି ।