କଟକର ଦୂର୍ଗା ପୂଜା ବିଶ୍ବବିଖ୍ୟାତ, କାରଣ ଜାଣନ୍ତୁ

କଟକ : କଟକର ଦୁର୍ଗା ପୂଜା ଏକ ପ୍ରଧାନ ପର୍ବ । କଟକ ଦଶହରା ଚାନ୍ଦି ମେଢ଼ ଲାଗି ବିଶ୍ୱ ବିଖ୍ୟାତ, ପୂଜାସମୟରେ ମେଢ଼ ଗୁଡ଼ିକୁ ଓ ମା’ଙ୍କ ମୂର୍ତ୍ତିକୁ ରୂପାନିର୍ମିତ ଅଳଙ୍କାରଦ୍ୱାରା ସଜ୍ଜିତ କରାଯାଇଥଏ, ଆଉ କେତେକ ସ୍ଥାନରେ ଜରିରେ ନିର୍ମିତ ମେଢ଼ ମଧ୍ୟ କରାଯାଇଥାଏ । ଦଶ ଦିନ ଧରି ଏହି ପୂଜା ଚାଲି ଥାଏ ।
ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଲବ୍ଧ ପ୍ରତିଷ୍ଠ କାରିଗରମାନେ ନିୟୋଜିତ ହେଇଥାନ୍ତି । କାଠଗଡା ସାହି, ବିଡାନାସିର କୁମ୍ଭାରମାନେ ପୁରୁଷାନୁକ୍ରମେ ମୂର୍ତ୍ତି ଗଢି ଆସୁଛନ୍ତି । ମୂର୍ତ୍ତି ଗଢିବା ପାଇଁ ସେମାନଙ୍କୁ ୮ରୁ ୧୦ଦିନ ସମୟ ଲାଗେ । ବିଭିନ୍ନ ପୂଜା କମିଟି କାରିଗରମାନଙ୍କୁ ଭିନ୍ନ ଭିନ୍ନ ପାରିଶ୍ରମିକ ଦେଇଥାନ୍ତି ।
କଟକରେ ବିଭିନ୍ନ ଶକ୍ତି ପୀଠରେ ଦଶହରା ପାଳନ ବିଧିପୂର୍ବକ ଅନୁଷ୍ଠିତ ହୁଏ।ଚଣ୍ଡୀ ମନ୍ଦିର, ଗଡ଼ଚଣ୍ଡୀ ମନ୍ଦିର , ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗାବଜାର , ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ ।
ପୂଜାମଣ୍ଡପ ଓ ଶକ୍ତିପୀଠମାନଙ୍କରେ ସାଜସଜ୍ଜାରେ ଅଧିକ ଗୁରୁତ୍ୱ ଦିଆଯାଏ । ଚାନ୍ଦିନୀଚୌକ ଦୁର୍ଗାପୂଜା କମିଟି ୨୦୧୧ ମସିହାରେ ନେପାଳରେ ଥିବା ଏକ ପାହାଡ ଉପରେ ମନ୍ଦିର ଆକୃତିର ତୋରଣ ନିର୍ମାଣ କରିଥିଲେ । ମାଲଗୋଦାମ ପୂଜାକମିଟି ଗେଟ୍ୱ୍ଏ ଅଫ୍ ଇଣ୍ଡିଆ ଏବଂ ଚନ୍ଦ୍ରଶେଖରପୁର ପୂଜା କମିଟି ଷ୍ଟାଚ୍ୟୁଅଫ୍ ଲିବର୍ଟିର ଆଲୋକ ତୋରଣ ତିଆରି କରିଥିଲେ । ୧୯୫୬ ମସିହାରେ ଚୌଧୁରୀ ବଜାର ପୂଜା ମଣ୍ଡପରେ ପ୍ରଥମେ ଚାନ୍ଦିମେଢ଼ ବ୍ୟବହାର କରାଯାଇଥିଲା ।[୬] ୨୦୧୩ ମସିହା ବେଳକୁ ୧୭ଟି ପୂଜା ମଣ୍ଡପରେ ଚାନ୍ଦିମେଢ଼ ବ୍ୟବହାର କରାଯାଉଛି ।
ପୂଜାମଣ୍ଡପମାନଙ୍କରେ ପୂର୍ବେ ପାଲା , ଭଜନ, ସଂକୀର୍ତ୍ତନ କରାଯାଉଥିଲା । ଗତ ୩୦ବର୍ଷ ହେଲା ଏସବୁ ସ୍ଥାନରେ ଆସିଛି ମେଲୋଡି ।
ଦଶମୀ ପରଦିନ ବିଧି ଅନୁଯାୟୀ ମା’ଙ୍କ ବିସର୍ଜନ ଏକ ବିରାଟ ଶୋଭାଯାତ୍ରାରେ କରାଯାଏ । ଯେଉଁ ମଣ୍ଡପ ନୂଆକରି ଚାନ୍ଦିମେଢ଼ ନିର୍ମାଣ କରେ ସେହି ମଣ୍ଡପ ଭସାଣି ଦିନ ବିସର୍ଜନ ପାଇଁ ଯାଏନା । ନୂଆ ମେଢ଼କୁ ସହରବାସୀଙ୍କୁ ଏକାକୀ ଦେଖାଇବା ନିମନ୍ତେ ଏକ ସ୍ୱତନ୍ତ୍ର ଦିନରେ ସହର ପରିକ୍ରମା କରିଥାଏ ।

LEAVE A REPLY

Please enter your comment!
Please enter your name here