31.1 C
Bhubaneswar
Friday, March 29, 2024
Homeଅପରାଧ୫ ନକଲି ଶିକ୍ଷକ ଚିହ୍ନଟ

୫ ନକଲି ଶିକ୍ଷକ ଚିହ୍ନଟ

ବ୍ରହ୍ମପୁର: ପିଲାଙ୍କ ଭବିଷ୍ୟତ ନକଲି ଶିକ୍ଷକଙ୍କ ଦ୍ୱାରା ଗଢା ଯାଉଛି । ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପିଲାଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ ହେବ । ଗତ କିଛି ଦିନ ହେବ ନକଲି ଶିକ୍ଷକ ଧରାପଡୁଛନ୍ତି । ନକଲି ଶିକ୍ଷକ ମାନଙ୍କୁ ଧରିବା ପାଇଁ ଏବେ ଧରପଗଡ ଚାଲିଛି । ପୂର୍ବରୁ ଜିଲ୍ଲାରେ ୧୬ଜଣ ନକଲି ଶିକ୍ଷକଙ୍କ ନାଁରେ ଏତଲା ହୋଇଥିବା ବେଳେ ଏବେ ଗଞ୍ଜାମ ଜିଲ୍ଲାରେ ପୁଣି ୫ଜଣ ନକଲି ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି । ଧରାପଡ଼ିଥିବା ଜାଲ ଶିକ୍ଷକଙ୍କ ସଂଖ୍ୟା ଏବେ ୨୨ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର ୧୦୧ ଜଣ ଶିକ୍ଷକଙ୍କ ବିରୋଧରେ ଏକ ସଂସ୍ଥା ଅଭିଯୋଗ ଆଣିଛି । ପ୍ରଶାସନ ପୂର୍ବରୁ ୨ଟି ପର୍ଯ୍ୟାୟରେ ଶିକ୍ଷକଙ୍କୁ ଧରି ସେମାନଙ୍କ ନାଁରେ ଏତଲା ଦେଇଥିଲା । ଏବେ ପୁଣି ୫ ଜଣଙ୍କ ନାଁରେ ଏତଲା ଦେଇଛି ।

ସେଥି ମଧ୍ୟରୁ ବେଗୁନିଆପଡ଼ା ବ୍ଲକର ଏଲଆରଏନ୍‌ ପୁର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷିକା ସୁଜାତା ପଣ୍ଡା, ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ପରମାନନ୍ଦ ସାହୁ, ଶେରଗଡ଼ ବ୍ଲକର ପି.ଖରଡିଆ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହାୟକ ଶିକ୍ଷକ ସଂଜୟ କୁମାର ଖଟାଇ ଓ କେଏମପିଏସ ବନ୍ଧଗୁଡ଼ା ବିଦ୍ୟାଳୟର ସହାୟକ ଶିକ୍ଷକ ଭଗବାନ ମହାନ୍ତି। । ସିଟି ସାର୍ଟିଫିକେଟକୁ ଜାଲିଆତି କରି ଚାକିରି କରିଥିବା ସୂଚନା ମିଳିଛି । ଏହି ଚିହ୍ନଟ ୫ଜଣ ନକଲି ଶିକ୍ଷକଙ୍କ ନାଁରେ ଏତଲା ପାଇଁ ବିଇଓଙ୍କୁ ଡିଇଓଙ୍କ ନିର୍ଦ୍ଦେଶ ହୋଇଛି ।
https://onakhabar.com/2019/12/17/cricket-match-ticket-selling/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking