27.1 C
Bhubaneswar
Thursday, April 25, 2024
Homeଅପରାଧଜାଲନୋଟ୍ କାରବାରରେ ୬ ସଂପୃକ୍ତ : ୩ ଓଡ଼ିଆଙ୍କୁ ଗିରଫ କଲା ଆନ୍ଧ୍ର ପୁଲିସ

ଜାଲନୋଟ୍ କାରବାରରେ ୬ ସଂପୃକ୍ତ : ୩ ଓଡ଼ିଆଙ୍କୁ ଗିରଫ କଲା ଆନ୍ଧ୍ର ପୁଲିସ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ୩ଜଣ ଯୁବକ ଏକ ଜାଲ ନୋଟ କାରବାର ରାକେଟରେ ସଂପୃକ୍ତ ରହି ପଡୋଶୀ ଆନ୍ଧ୍ରପ୍ରଦେଶ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି । ଆନ୍ଧ୍ର ରାଜ୍ୟର ଶ୍ରୀକାକୁଲମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରାଯାଇଛି । ତେବେ ସବୁଠାରୁ ରୋଚକ କଥା ହେଉଛି ୧ଲକ୍ଷ ଟଙ୍କା ଜାଲ ନୋଟ୍ ତିଆରି କଲେ ୨୦ ହଜାର କମିଶନ ମିଳୁଥିବା ଗିରଫ ବ୍ୟକ୍ତି ସ୍ୱୀକାର କରିଛନ୍ତି ।
ସୂଚନା ଅନୁଯାୟୀ. ପଡୋଶୀ ଆନ୍ଧ୍ର ରାଜ୍ୟର ପଲାସା ମଣ୍ଡଳ ଅନ୍ତର୍ଗତ କାଶୀବୁଗା ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ଗଜପତି-ଆନ୍ଧ୍ର ସୀମାନ୍ତବର୍ତ୍ତୀ ମହେନ୍ଦ୍ରତନୟା ପ୍ରକଳ୍ପ ଚାଲିଥିବା ରେଗୁଲୁପାଡୁ ଗ୍ରାମ ନିକଟରେ ୬ଜଣ ଜାଲନୋଟ କାରବାର ପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରୁଥିଲେ । କାଶୀବୁଗା ପୁଲିସ ପକ୍ଷରୁ ସେଠାରେ ଚଢଉ କରାଯାଇଥିଲା । ପୁଲିସକୁ ଦେଖି ୬ଜଣ ଯୁବକ ଦୌଡିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଥିଲା । ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣ ଗଜପତି ଜିଲ୍ଲାର ବୋଲି ଜଣାପଡିଛି ।
ସେମାନେ ହେଲେ ଗଜପତି ଜିଲା ଗୁମ୍ମା ଗ୍ରାମ ଅନ୍ତର୍ଗତ ଖ୍ରୀଷ୍ଟିୟାନ ସାହିର ବାସିନ୍ଦା ସୁରେଶ ପାଣି, ପାରଳାଖେମୁଣ୍ଡି ସହରର କାମେଶ୍ୱରନଗର ବାସିନ୍ଦା ସୁବାସ ଲିମ୍ମା, ଉପଲଡା ଗ୍ରାମର ବାସିନ୍ଦା ଏସ୍‌.ଭେଙ୍କଟରାମାରାଓ । ଅନ୍ୟ ୩ଜଣ ହେଲେ ପଲାସା ସ୍ଥିତ ଉଦୟପୁରମ ବାସିନ୍ଦା ଆଇ.ବିଶ୍ୱନାଧମ, ପଲାସା ନିକଟସ୍ଥ ପୁରୁଷୋତ୍ତମପୁରମ୍‌ର ଜନା ସୁନୀଲ, ପଲାସା ସ୍ଥିତ ଶିବାଜୀନଗର ବାସିନ୍ଦା କେ.ଅମିତ ରେଡ୍ଡୀ । ଏମାନଙ୍କ ନିକଟରୁ ୧ଲକ୍ଷ ୮୦ହଜାର ୪୫୦ଟଙ୍କା ମୂଲ୍ୟର ଜାଲନୋଟ ଏବଂ ଏକ ପ୍ରିଣ୍ଟିଂ ମେସିନ ପୁଲିସ ଜବତ କରିଛି । ଅଭିଯୁକ୍ତ ସୁରେଶଙ୍କ ନିକଟରୁ ଏକ ପ୍ରିଣ୍ଟିଂ ମେସିନ ମଧ୍ୟ ଜବତ ହୋଇଛି । ପୁଲିସ ପଚରା ଉଚରା ସମୟରେ ଅଭିଯୁକ୍ତ ସୁରେଶ ୧ଲକ୍ଷ ଟଙ୍କା ଜାଲନୋଟ କାରବାର ପାଇଁ ତାଙ୍କୁ ୨୦ହଜାର ଟଙ୍କା କମିଶନ ମିଳୁଥିଲା ବୋଲି ସ୍ୱୀକାର କରିଛି । ଏନେଇ ଏକ ମାମଲା ରୁଜୁ କରିଥିବା କାଶୀବୁଗା ପୁଲିସ ସୁତ୍ରରୁ ପ୍ରକାଶ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking