30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏହି ଡର ଯୋଗୁଁ ଯୁଦ୍ଧକୁ ଯିବା ପୂର୍ବରୁ ମୋଗଲ ସେନାପତି ନିଜର ୬୩ ପତ୍ନୀଙ୍କୁ ମାରି...

ଏହି ଡର ଯୋଗୁଁ ଯୁଦ୍ଧକୁ ଯିବା ପୂର୍ବରୁ ମୋଗଲ ସେନାପତି ନିଜର ୬୩ ପତ୍ନୀଙ୍କୁ ମାରି ଦେଇଥିଲେ

ନୂଆଦିଲ୍ଲୀ: ଇତିହାସରେ ରାଜା ମହାରାଜା ସେନାପତି ଇତ୍ୟାଦିଙ୍କର ନାନା ପ୍ରକାରର ରୋଚକ କାହାଣୀ ରହିଛି । ଐତିହାସିକ ମାନେ ଅନେକ କିଛି ହାତ ଲେଖା ବହିରେ ଉଲ୍ଲେଖ କରିଛନ୍ତି । ସେ ସମୟରେ ଅନେକ ପ୍ରକାର ପ୍ରଥା ପରମ୍ପରା ରହିଥିଲା । ବିଭିନ୍ନ ରାଜ୍ୟରେ ରାଜୁତି କରିବା ପାଇଁ ରାଜା ମହାରାଜା ମାନଙ୍କ ମଧ୍ୟରେ ଯୁଦ୍ଧବିରତି ହେଉଥିଲା । ହେଲେ ଏବେ ସେସବୁ କିଛି ବି ନାହିଁ । ତେବେ ଇତିହାସ ପୃଷ୍ଠାର ଗୋଟିଏ ରୋଚକ କଥା ସମ୍ପର୍କରେ ଆମେ ଜାଣିବା । ତାହା ହେଉଛି ଛତ୍ରପତି ଶିବାଜୀ ମହାରାଜାଙ୍କ ବିରୋଧରେ ଯୁଦ୍ଧକୁ ଯିବା ପୂର୍ବରୁ ଅଫଜଲ୍ ଖାନ୍ ନିଜର ସମସ୍ତ ୬୩ ଜଣ ପତ୍ନୀଙ୍କୁ ମାରି ଦେଇଥିଲେ ।

ଏନେଇ କୁହାଯାଉଛି ଯେ, ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ଅଫଜଲ ଆଉ ଯୁଦ୍ଧରୁ ବଞ୍ଚିକି ଫେରିବେ ନାହିଁ । ଛତ୍ରପତି ଶିବାଜୀ, ମହାରାଜା ଲଗାତର ଆକ୍ରମଣକାରୀଙ୍କ ବିରୋଧରେ ଯୁଦ୍ଧ ପ୍ରବୃତି ନେଇ ଆଗକୁ ବଢ଼ୁଥିଲେ । ଏହି ସମୟରେ ମୋଗଲ ଶାସକ ଔରଙ୍ଗଜେବ୍ ବହୁତ୍ ଡରି ଯାଇଥିଲେ । ତେବେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ଅନୁସାରେ, ଅଫଜଲ୍ ଖାନ୍ ଆଉ ଫେରିବେ ନାହିଁ ଓ ଛତ୍ରପତି ଶିବାଜୀଙ୍କର ମୃତ୍ୟୁ ହେବ ।

ଆଉ ଏହାପରେ ଅଫଜଲ୍ ଖାନ୍ ନିଜର ୬୩ ଜଣ ପତ୍ନୀଙ୍କ ମାରି ଦେଇଥିଲେ । କାରଣ ତାଙ୍କୁ ଡର ଥିଲା ଯେ, ମୃତ୍ୟୁ ପରେ ତାଙ୍କ ପତ୍ନୀ ମାନେ ଦ୍ୱିତୀୟ ବିବାହ କରିଦେବେ । ସେ ଭବିଷ୍ୟବାଣୀ ଉପରେ ଆଖି ବନ୍ଦ କରି ବିଶ୍ୱାସ କରି ନେଇଥିଲେ । ତେବେ ପତ୍ନୀ ମାନଙ୍କ ମୃତ୍ୟୁ କୁ ନେଇ ଅନେକ ଐତିହାସିକ ମାନେ ଭିନ୍ନ ଭିନ୍ନ ପ୍ରକାର ତଥ୍ୟ ଦେଇଛନ୍ତି । କିଏ କହୁଛନ୍ତି ପତ୍ନୀ ମାନଙ୍କୁ କୁଅ ଭିତରକୁ ଠେଲି ଦିଆଯାଇଥିଲା ତ ଆଉ କେହି କହିଛନ୍ତି ତଲୱାର୍ ରେ ସେମାନଙ୍କୁ ବଧ କରିଦିଆଗଲା ।ତେବେ ଅଫଜଲ ଖାନଙ୍କୁ ଛତ୍ରପତି ଶିବାଜୀ ମାରି ଦେଇଥିଲେ । କର୍ଣ୍ଣାଟକର ବିଜାପୁର ଠାରୁ ପାଖାପାଖି ୫ କିମି ଦୂରରେ ଉଜାଡ ସ୍ଥଳ ଠାରେ ପାଞ୍ଚ ଏକର ଜମିରେ ରହିଥିବା କବର କୁ “ସାଠ କବ୍ର” ବୋଲି କୁହାଯାଏ । ଅଫଜଲଙ୍କ ପତ୍ନୀ ମାନଙ୍କ ୬୩ଟି ସମାଧି ବିଜାପୁରର ଏହି “ସାଠ କବ୍ର” ଠାରେ ଅବସ୍ଥିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking