27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି

ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୬ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଉରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ । ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ ୫.୧୫ ପ୍ରତିଶତ ରହିଛି । ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ ୫.୧୫ ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍ । ଭୁବନେଶ୍ୱରର ସ୍ଥିତି ଭଲ ରହିଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି । ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢିପାରେ । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି କମିଶନର କହିଛନ୍ତି । ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ, କୋଭିଡ ନିୟମ ମାନିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking