32.1 C
Bhubaneswar
Thursday, March 28, 2024
Homeକରୋନା୪.୬ କୋଟି ପରିବାରକୁ ଦାରିଦ୍ର‌୍ୟ ଭିତରକୁ ଠେଲିଦେଲା କରୋନା

୪.୬ କୋଟି ପରିବାରକୁ ଦାରିଦ୍ର‌୍ୟ ଭିତରକୁ ଠେଲିଦେଲା କରୋନା

ନୂଆଦିଲ୍ଲୀ: ଅକ୍ସଫେମ୍ ଇଣ୍ଡିଆର ସଦ୍ୟତମ ରିପୋର୍ଟ “ଇନଇକ୍ୱାଲିଟି କିଲ୍ସ”ରୁ ଜଣାପଡ଼ିଛି ଯେ, ଭାରତରେ ୮୪ ପ୍ରତିଶତ ପରିବାର ଏକ ବର୍ଷ ମଧ୍ୟରେ ନିଜର ଆୟରେ ହ୍ରାସର ସମ୍ମୁଖୀନ ହୋଇଥିବାବେଳେ ବିଲିୟନେୟାର ବା ଅରବପତିିଙ୍କ ସଂଖ୍ୟା ୧୦୨ ରୁ ୧୪୨ କୁ ବୃଦ୍ଧି ପାଇଛି । ଭାରତରେ ମାର୍ଚ୍ଚ ୨୦୨୦ ରୁ ନଭେମ୍ବର ୨୦୨୧ ସୁଦ୍ଧା ମହାମାରୀ ସମୟରେ ଅରବପତିଙ୍କ ସମ୍ପତ୍ତି ୨୩.୧୪ ଲକ୍ଷ କୋଟିରୁ ୫୩.୧୬ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ଅନ୍ୟପଟେ ଏହି ସମୟ ବ୍ୟବଧାନରେ ୪.୬ କୋଟିରୁ ଅଧିକ ଭାରତୀୟ ଅତ୍ୟନ୍ତ ଗରିବ ଶ୍ରେଣୀକୁ ଚାଲିଯାଇଛନ୍ତି । ଅକ୍ସଫେମର ରିପୋର୍ଟ ଅନୁସାରେ, କରୋନା ମହାମାରୀ ସମୟରେ ରୋଜଗାର ହାର ଅନେକ ତଳକୁ ଖସିଆସିଛି । ଯାହା ଧନୀ ଓ ଗରିବଙ୍କ ମଧ୍ୟରେ ଅନେକ ଅସମାନତା ଆଣିଦେଇଛି । ଅକ୍ସଫେମ୍ ଇଣ୍ଡିଆର ସିଇଓ ଅମିତାଭ ବେହାର୍ କହିଛନ୍ତି ଯେ, ଅସମାନତା କେବଳ ଭାରତରେ ନୁହେଁ ବରଂ ପୂରା ଦୁନିଆରେ ବଢ଼ିଯାଇଛି । ବର୍ତ୍ତମାନ ସମୟରେ ଅସମାନତା କାରଣରୁ ପ୍ରତିଦିନ ପାଖାପାଖି ୨୧ ହଜାର ମୃତ୍ୟୁ ହେଉଛି । ଏହାର ଅର୍ଥ ଅସମାନତା, ପ୍ରତି ୪ ସେକେଣ୍ଡରେ ଜଣେ ବ୍ୟକ୍ତିଙ୍କ ଜୀବନ ନେଉଛି । ଗୋଟେ ପଟେ ଗରିବମାନେ ଆହୁରି ଗରିବ ଶ୍ରେଣୀକୁ ଚାଲିଯାଇଥିବା ବେଳେ ଅରବପତିଙ୍କ ଧନ ବୃଦ୍ଧିପାଇଛି । ଏହି ସମୟରେ ଅରବପତିଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୦୨୧ରେ ଅରବପତିଙ୍କ ସଂଖ୍ୟା ୧୦୨ରୁ ବଢ଼ି ୧୪୨ରେ ପହଞ୍ଚିଛି । ଏଥିସହିତ ଉକ୍ତ ୧୪୨ ଅରବପତିଙ୍କ ଧନସମ୍ପତ୍ତି ବୃଦ୍ଧି ପାଇ ୭୨୦ ବିଲିୟନ୍ ଡଲାରରେ ପହଞ୍ଚିଛି । ଏହା ଦେଶରେ ୪୦ ପ୍ରତିଶତ ଗରିବ ଲୋକଙ୍କ ମୋଟ ସମ୍ପତ୍ତିରୁ ଅଧିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking