33.1 C
Bhubaneswar
Wednesday, April 24, 2024
Homeଓଡିଶାଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଅଭିଯୁକ୍ତକୁ ଗିରଫ ଦାବୀରେ ଥାନାରେ ସ୍ମାରକପତ୍ର

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଅଭିଯୁକ୍ତକୁ ଗିରଫ ଦାବୀରେ ଥାନାରେ ସ୍ମାରକପତ୍ର

ଡୁବୁରୀ : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ କଇଁଜିରା ଗ୍ରାମ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ହୋ ଛାତ୍ର ସଂଘଠନ ଯାଜପୁର ପକ୍ଷରୁ କଳିଙ୍ଗନଗର ଥାନାରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଉକ୍ତ ଗ୍ରାମରେ ଥିବା ଏକ ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବାବେଳେ ତାଙ୍କୁ ଧର୍ଷଣ ପରେ ହତ୍ୟା କରାଯାଇଥିବାର ପରିବାର ପକ୍ଷରୁ ଲିଖିତ ଭାବେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ପୁଲିସ ୨ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଅଟକ ଦୁଇ ଜଣଙ୍କୁ ତୁରନ୍ତ ଗିରଫ କରାଯିବା ଓ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ ଦାବିରେ ହୋ ଛାତ୍ର ସଂଗଠନ, ଯାଜପୁର ପକ୍ଷରୁ ଶନିବାର କଳିଙ୍ଗନଗର ଥାନାରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ହୋ ଛାତ୍ର ସଂଗଠନ, ଯାଜପୁରର ସଭାପତି ଲଚ୍ଛମନ ବାଲମୁଚୁ, ଉପ-ସଭାପତି ଶୁକୁମାରୀ ମୁଣ୍ଡା, ଶକୁନ୍ତଳା ପୁବିଡ, ବିଜୟ ସଂ ବାନରା, ନିତିନ କୁମାର ପୁତ୍ରି, ଗୁରୁବାରୀ ଯାମୁଦା ପ୍ରମୁଖଙ୍କ ନେତୃତ୍ୱରେ ପଣସପାଳ, ସଂସାଇଲୋ, ପାତ୍ରମରା ସମେତ କଳିଙ୍ଗନଗର ଅଂଚଳର ଶହଶହ ମହିଳା ଓ ପୁରୁଷ ଥାନାରେ ପହଂଚି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ପ୍ରକାଶ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking