କଳିଯୁଗରେ ବି ଦୁଃଶାସନ ଭୂମିକାରେ ମଦ୍ୟପ ସ୍ଵାମୀ

ଯାଜପୁର : ଯାଜପୁର ଜିଲ୍ଲାରେ ନାରୀ ମାନେ ସୁରକ୍ଷିତ ନାହାନ୍ତି ନାରୀ ଧର୍ଷଣ ମହିଳାମାନ କୁ ବୀଚ ରାସ୍ତାରେ ମାଡ ମାରିବା ପ୍ରଭୁତି ଅଘଟଣ ମାନ ଦିନ ଦିନ ବୃଦ୍ଧି ପାଉଛି । ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଗତ କାଲି କୋରାଇ ଥାନ ଅଞ୍ଚଳ ରେ ଦ୍ରୋପତି ବସ୍ତ୍ର ହରଣ ର ଦୁଷ୍ୟ ଦେଖି ବାକୁ ମିଳିଥିଲା । ଦୁଃଶାସନ ଭୂମିକାରେ ମଦ୍ୟପ ସ୍ୱାମୀ ବୀଚ ରାସ୍ତାରେ କଲା ନିଜ ସ୍ତ୍ରୀ ର ବସ୍ତ୍ର ହରଣ । ସେପଟେ ଗତ ଦୁଇ ଦିନ ତଳେ ଦାନଗଦି ବ୍ଲକ ଯଖପୁରା ଗ୍ରାମରେ ରାସ୍ତାରେ ଯୁବତୀକୁ ଉଲଗ୍ନ କରି ମାଡମାରିବା ଭଳି ନିନ୍ଦନୀୟ ଘଟଣା ଘଟିଯାଇଥିବା ବେଳେ ଆଜି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ କାଚରାସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା। ସୂଚନା ମୁତାବକ ନଟ ବାରିକ ପୁଅ ସୁଶାନ୍ତ ବାରିକ ପ୍ରତିଦିନ ମଦ୍ୟ ପାନ କରି ଘରକୁ ଆସୁଥିଲେ । ଏହାକୁ ତାଙ୍କ ପତ୍ନୀ ରିତୁ ବାରିକ ବିରୋଧ କରିବାରୁ ତାଙ୍କୁ ବିନା କାରଣରେ ରାସ୍ତା ଉପରେ ଘୋଷାଡି ବସ୍ତ୍ର ହରଣ କରିବା ସହ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ।ତାଙ୍କ । ପତ୍ନୀ ଯେତେ କାକୁତି ମିନତି ହୋଇ ଥିଲେ ମଧ୍ୟ ମଦ୍ୟପ ସ୍ଵାମୀ ସୁଶାନ୍ତ ଦୁଃଶାସନ ଭୂମିକାରୁ ବାଦ ଯାଇନଥିଲେ । ଏବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ଼ ଭାଇରାଲ ହେବାରେ ଲାଗିଛି । ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାମାନେ ମାନେ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଏଭଳି କାଣ୍ଡ କରିଥିବା ଯୁବକକୁ ପୋଲିସ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । କଳିଙ୍ଗ ନଗର ଶିଳ୍ପାଞ୍ଚଳ ଭଳି ଅଞ୍ଚଳରେ ଆଇନି ପରିସ୍ଥିତି ଯଦି ଏପରି ହୁଏ ତେବେ ସାଧାରଣ ଯୁବତୀ ଓ ମହିଳା ନିଜକୁ କେତେଦୂର ସୁରକ୍ଷିତ ବୋଲି ଭାବିବେ ।

LEAVE A REPLY

Please enter your comment!
Please enter your name here