26.7 C
Bhubaneswar
Friday, April 19, 2024
Homeଅପରାଧଖସିଗଲା ଡ୍ରଗ୍ସ ମାଫିଆ : ମା’ ଗିରଫ

ଖସିଗଲା ଡ୍ରଗ୍ସ ମାଫିଆ : ମା’ ଗିରଫ

ବାଲେଶ୍ୱର : ପୁଲିସ୍ ହାତରୁ ଖସିଗଲା କୁଖ୍ୟାତ ଡ୍ରଗ୍ସ ମାଫିଆ ମୁନ୍ନା ଖାଁ ଓରଫ ମିର୍ ରାହତ ଅଲ୍ଲୀ ଖାଁ ହେଲେ ପୁଲିସ ମା’ଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ବୁଧବାର ସକାଳେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ଅବକାରୀ ବିଭାଗ ଓ ବାଲେଶ୍ୱର ପୁଲିସ୍ ମିଳିତ ଭାବେ ଜଳେଶ୍ୱରର ଶାସନବାଡ଼ ଗାଁ ସ୍ଥିତ ମୁନ୍ନାର ଘର ଉପରେ ଚଢ଼ଉ କରିଥିଲା। ହେଲେ ଏହି ସମୟରେ ଚତୁରତାର ସହ ମୁନ୍ନା ଖସିଯାଇଥିଲା। ହେଲେ ମୁନ୍ନାର ମା’ଙ୍କୁ ପୁଲିସ କାବୁ କରିନେଇଥିଲା ।
ଏଥିସହ ମୁନ୍ନା ଘରୁ ୩୧୦ ଗ୍ରାମ ବ୍ରାଉନ୍‌ସୁଗର୍ ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାର ହେବ ବୋଲି କୁହାଯାଇଛି। ମୁନ୍ନା ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାରେ ଡ୍ରଗ୍ସ ସିଣ୍ଡିକେଟ୍ ଚଳାଇ ‌ଆସୁଛି। ବାଂଲାଦେଶରୁ ବ୍ରାଉନ୍‌ସୁଗର୍ ଆଣି ସେ ଅନ୍ୟ ବ୍ୟବସାୟୀଙ୍କୁ ଯୋଗାଇଥାଏ। ତା’ ନାଁରେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ୪୦ରୁ ଅଧିକ ମାମଲା ରହିଛି ବୋଲି ସୂଚନା ମିଳିଛି । ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking