28.1 C
Bhubaneswar
Wednesday, April 24, 2024
Homeଓଡିଶାପୋଖରୀରେ ବୁଡି କଲେଜ ଛାତ୍ର ମୃତ୍ୟୁ

ପୋଖରୀରେ ବୁଡି କଲେଜ ଛାତ୍ର ମୃତ୍ୟୁ

ଗୁଣୁପୁର : ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ପୁରୁଣା ଗୁଣୁପୁର ପାଇକ ସାହି ର ଶିଵ ପ୍ରସାଦ ଗୌଡ଼ ନାମକ ଜଣେ କଲେଜ ଛାତ୍ର ପୋଖରୀ ରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି । ମୃତ ଶିଵ ପ୍ରସାଦ ଆଜି କିଛି ମଇଁଷି ନେଇ ନିକଟସ୍ଥ ସୌରା ପ୍ରଧାନୀଗୁଡା ଗ୍ରାମାଞ୍ଚଳ କୁ ଚରେଇବାକୁ ନେଇଥିଲେ । ପାଖରେ ଥିବା ଏକ ବନ୍ଧ ରେ ଗାଧେଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସିଯିବାରୁ ସେ ପୋଖରୀ ରେ ବୁଡି ଯାଇଥିଲେ । ଖବରପାଇ ଗୁଣୁପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ଶିଵ ପ୍ରସାଦ ମୃତ୍ୟୁ ବରଣ କରିସାରିଥିବା ଜଣାପଡିଛି । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବ । ଗୁଣୁପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
https://onakhabar.com/2020/01/17/rapped-3/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking