40.1 C
Bhubaneswar
Thursday, April 25, 2024
Homeଓଡିଶାଗାଡ଼ି ଚାଳକଙ୍କ ଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କା

ଗାଡ଼ି ଚାଳକଙ୍କ ଠାରୁ ଆଦାୟ ହେଲା ୧ଲକ୍ଷ ୧୭ ହଜାର ଟଙ୍କା

ଭୁବନେଶ୍ୱର : ଗାଡ଼ି ଚାଳକଙ୍କୁ ତ୍ରାହି ନାହିଁ । କଣ୍ଟ ସରିଲାପରେ, ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଯାଇଛି ଜୋରଦାର ଧରପଗଡ଼ । ନୂଆ ମୋଟରଯାନ ଆଇନକୁ ନେଇ ସରକାର ଦେଇଥିବା ୬ ମାସର କଣ୍ଟ ପୂରିବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଆଜିଠାରୁ ପୁଣି କାର‌୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି ଟ୍ରାଫିକ୍ ପୋଲିସ୍ ।
ରାଜ୍ୟର ପ୍ରମୁଖ ଜିଲ୍ଲାମାନଙ୍କରେ ଆରମ୍ଭ ହୋଇଯାଇଛି ଚେକିଂ । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ୱର ସମେତ ଅନ୍ୟ ଜିଲ୍ଲାମାନଙ୍କର ମୁଖ୍ୟ ଛକମାନଙ୍କରେ ଜୋରଦାର ଚାଲିଛି ଚେକିଂ । ଭୁବନେଶ୍ୱରର ମୁଖ୍ୟ ଛକମାନଙ୍କରେ ଚାଲିଛି କଡ଼ା ଚେକିଂ । ହେଲମେଟ ପିନ୍ଧି ନ ଥିବା କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବ୍ୟକ୍ତିମାନଙ୍କଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି ।
ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ୧ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ବାକି ସବୁ ଅଞ୍ଚଳରେ ମଧ୍ୟ ଚେକିଂ ଚାଲିଛି । ତେବେ ଆଜିଠାରୁ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିବାରୁ କେତେକ ଲୋକ ସଚେତନ ହୋଇଥିବା ଦେଖିବାକୁ ମିଳୁଛି । ତେବେ ଆଉ କିଛି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ମଧ୍ୟ ନଜରକୁ ଆସିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking