34.1 C
Bhubaneswar
Friday, March 29, 2024
Homeଓଡିଶାଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ସହର ଉପକଣ୍ଠସ୍ଥ ଟିଟିଲାଗଡ ରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା । ଗତକାଲି ରାତିରେ ବଲାଙ୍ଗୀର ପୌରସଂସ୍ଥାର ଡ୍ରାଇଭର ଆତ୍ମହତ୍ୟା କରିଥିବା ଜଣାଯାଇଛି । ତାଙ୍କ ନାଁ ରୁଷି ସାହୁ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବଲାଙ୍ଗୀର ସହର ଉପକଣ୍ଠ ଆର.ଟି.ଓ ଅଫିସ ଛକ ନିକଟରେ ଥିବା ଏକ ଗଛରୁ ରୁଷି ସାହୁଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ବଲାଙ୍ଗୀର ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ରୁଷି ସାହୁ ବଲାଙ୍ଗୀର ପୌରସଂସ୍ଥାର ଡ୍ରାଇଭର ବୋଲି ଜଣାପଡ଼ିଛି । ପ୍ଲାଷ୍ଟିକ ତାରରେ ତାଙ୍କର ଶବ ଝୁଲୁଥିଲା । ସେ କାହିଁକି ଆତ୍ମହତ୍ୟା କରିଛନ୍ତି, ଅଥବା କେହି ତାଙ୍କୁ ହତ୍ୟା କରି ତାଙ୍କର ମୃତଦେହକୁୂ ଗଛରେ ଝୁଲାଇ ଦେଇଥିଲା ତାହାକୁ ନେଇ ସହରରେ ଆଲୋଚନା ହେଉଛି। ଏସଂପର୍କରେ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking