18.1 C
Bhubaneswar
Sunday, November 24, 2024
Homeଅପରାଧପ୍ରଖର ଜଳ ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ , ଅଳ୍ପକେ ବର୍ତ୍ତିଲେ ଚାଳକ

ପ୍ରଖର ଜଳ ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ , ଅଳ୍ପକେ ବର୍ତ୍ତିଲେ ଚାଳକ

ରାଉରକେଲା: ନଦୀର ପ୍ରଖର ଜଳ ସ୍ରୋତରେ ଭାସିଗଲା ଆମ୍ବୁଲାନ୍ସ। ହେଲେ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଚାଳକ। ଘଟଣାଟି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକର ଗୁରୁଣ୍ଡିଆ ନାଳରେ ଘଟିଛି। ଶନିବାର ଏକ ଆମ୍ବୁଲାନ୍ସ ଚାଳକ ଗାଡିଟିକୁ ଧୋଉଥିବା ବେଳେ ହଠାତ୍ ପାହାଡ଼ ପାଣି ନାଳକୁ ମାଡି ଆସିବାରୁ ଆମ୍ବୁଲାନ୍ସ ସହ ଚାଳକ ଜଣକ ଭାସି ଯାଇଥିଲେ। କିଛି ଲୋକ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପାଣିର ପ୍ରଖର ସ୍ରୋତରେ ଆମ୍ବୁଲାନ୍ସଟି କିଛି ଦୂର ଭାସି ଯିବା ପରେ ମଝିରେ ଅଟକି ରହିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଚାଳକ ଓ ଆମ୍ବୁଲାନ୍ସ କୁ ଉଦ୍ଧାର କରିଥିଲେ। ଚାଳକଟି ସୁରକ୍ଷିତ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।

ପୁଣି ମାତିଲେଣି ରୋଡ଼ ରୋମିଓ !

 

: କିଛି ଦିନର ନୀରବତା ପରେ ଇସ୍ପାତ ସହର ରାଉରକେଲାରେ ରୋଡ଼ ରୋମିଓମାନେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଏଭଳି ରୋମିଓ ମାନଙ୍କ ଉତ୍ପାତରେ ନୟାନ୍ତ ହୋଇ ପଡ଼ିଛନ୍ତି ସହରର ସ୍କୁଲ, କଲେଜ ପଢୁଆ ବିଦ୍ୟାର୍ଥୀ, ରାସ୍ତାରେ ଯାତାୟତ ଯୁବତୀ ଓ ମହିଳା । ରାତି ପାହି ସକାଳ ହେବା ଠାରୁ ସଂଜ ନଇଁବା ପର୍ଯ୍ୟନ୍ତ ସହରର ବିିଭିନ୍ନ ପ୍ରମୁଖ ଛକ ଯେପରି ବିଶ୍ରା ଛକ, ଟ୍ରାଫିକ ଛକ, ଆମ୍ବାଗାନା ଛକ ଓ ପ୍ରମୁଖ ବଜାର ଅଂଚଳ ଗୁଡ଼ିକରେ ୨୦ରୁ ୨୫ ବର୍ଷ ବୟସର ଉଦଭ୍ରାନ୍ତ ଯୁବକ ମାନେ ବାଡ଼ବାତା ନମାନି ନାମିଦାମୀ ବାଇକରେ ସହର ସାରା ଚକ୍କର କାଟୁଛନ୍ତି । ଏମାନେ ବିପଦଜ୍ଜନକ ଭାବେ ବାଇକ ଚାଳନା କରିବା ସହ ବାଇକ ରାସ୍ତା ମଝିରେ ରଖି ଷ୍ଟଂଟ ପ୍ରଦର୍ଶନ କରୁଛନ୍ତି । ଯାହାକି ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ଅନ୍ୟ ବାଇକ ଆରୋହୀଙ୍କ ପାଇଁ କାଳ ସାଜିଛି । ରୋମିଓ ମାନେ ରାଉରକେଲାର ବିଭିନ୍ନ ସରକାରୀ ଓ ବେସରକାରୀ କଲେଜରେ ନିଜ ଆଧିପତ୍ୟ ବିସ୍ତାର କରିବା ସହ କୋମଳମତି ଛାତ୍ରୀ ମାନଙ୍କୁ ଅଶ୍ଳୀଳ କମେଂଟ ମାରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସମୟ ସମୟରେ କିଛି କଲେଜ ପରିସରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଅପରପକ୍ଷରେ ପୁଲିସ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ରୋମିଓ ମାନେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି! ରୋଡ଼ ରୋମିଓ ମାନଙ୍କ ଉପରେ ଲଗାମ କଷିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking