40.1 C
Bhubaneswar
Thursday, April 25, 2024
Homeଅପରାଧମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର....

ମାଲିକ ସହ ବେଇମାନି କରି ଗିରଫ ହେଲା ଡ୍ରାଇଭର….

କଟକ: ବିଶ୍ୱାସ ଘାତକ ସାଜିଲା ଡ୍ରାଇଭର । ଗାଡି ମାଲିକ ବିଶ୍ୱାସରେ ବିଷ ଭରି ଲୁଟ୍ କରି ଶେଷରେ ଧରାପଡ଼ି ଜେଲଗଲା । ଏଭଳି ଘଟଣା ଘଟିଛି କଟକ ଚୌଦ୍ୱାର ଅଞ୍ଚଳରେ । ସୂଚନା ଅନୁଯାୟୀ, କଟକ ସିଡିଏରେ ରହୁଥିବା ବିଭୁତି ଭୂଷଣ ସାହୁଙ୍କର ଏକ ପେଟ୍ରୋଲ ପମ୍ପ ଚୌଦ୍ୱାର ନୁଆପାଟଣା ନିକଟରେ ଅଛି । ବିଭୂତିଙ୍କର କୌଣସି କାରଣରୁ ଟଙ୍କା ଦରକାର ହେବାରୁ ସେ ଗତ ୫ତାରିଖ ରାତିରେ ତାଙ୍କ କାର ଦେଇ ଡ୍ରାଇଭରକୁ ଟଙ୍କା ଆଣିବା ପାଇଁ ପେଟ୍ରୋଲ ପମ୍ପ ପଠାଇଥିଲେ । ମାତ୍ର ଡ୍ରାଇଭର ଘରକୁ ଫେରିବା ବିଳମ୍ବ ହେବାରୁ ବିଭୁତି ପେଟ୍ରୋଲ ପମ୍ପ ମ୍ୟାନେଜର ସହ ଯୋଗାଯୋଗ କରିଥିଲେ । ତେବେ ଟଙ୍କା ନେଇ ଡ୍ରାଇଭର ପ୍ରାୟ ୨ଘଣ୍ଟା ହେବ ଗଲାଣି ବୋଲି ମ୍ୟାନେଜର କହିଥିଲେ । ପରେ ମାଲିକଙ୍କ ସନ୍ଦେହ ହେବାରୁ ସେ ଆସି ଦେଖିଲେ ନୂଆପାଟଣା ବ୍ରିଜ ଉପରେ ତାଙ୍କ ଗାଡ଼ି ଥିବା ବେଳେ ଡ୍ରାଇଭର ମଧ୍ୟ ଅଛି । ଡ୍ରାଇଭର କାନ୍ଦିବା ସହ ଗାଡ଼ି କାଚ ଭାଙ୍ଗି ୪ ଜଣ ଲୁଟେରା ଟଙ୍କା ନେଇ ଯାଇଥିବା କହିଥିଲେ । ପରେ ପୋଲିସ ତଦନ୍ତ କରି ଡ୍ରାଇଭରଙ୍କୁ ପଚରାଉଚରା କରିବା ବେଳେ ଡ୍ରାଇଭର ସତ ମାନିଯାଇଥିଲା । ଟଙ୍କାକୁ ଏକ ବୁଦା ମୂଳେ ଲୁଚାଇ ରଖି ଅଭିନୟ ରଚିଥିଲା ଡ୍ରାଇଭର । ପୋଲିସ ୧ ଲକ୍ଷ ୩୪ ହଜାର ଟଙ୍କା ଉଦ୍ଧାର କରିବା ସହ ଡ୍ରାଇଭର କୃଷ୍ଣଚନ୍ଦ୍ର ବେହେରାକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking