39.1 C
Bhubaneswar
Wednesday, April 24, 2024
Homeଓଡିଶାପିଇବା ପାଣି ପାଇଁ ଡହଳ ବିକଳ; ନୂଆରାଇଗୁଡ଼ାବାସୀଙ୍କ ଦୁଃଖ ବୁଝିବ କିଏ ?

ପିଇବା ପାଣି ପାଇଁ ଡହଳ ବିକଳ; ନୂଆରାଇଗୁଡ଼ାବାସୀଙ୍କ ଦୁଃଖ ବୁଝିବ କିଏ ?

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି କରିବାପାଇଁ ରାଇଗୁଡ଼ା ଗାଁ’ର ଲୋକଙ୍କୁ ସାରୁଆଳି ଗାଁ’ ମୁଣ୍ଡକୁ ବିସ୍ଥାପିତ କରି ନୂଆ ରାଇଗୁଡ଼ା ସ୍ଥାପନ କରାଯାଇଥିଲା । ହେଲେ ଅଭୟାରଣ୍ୟ ଭିତରେ ଥିବା ଭିଟାମାଟିକୁ ଛାଡ଼ି ଆସିବାପରେ ନୂଆ ରାଇଗୁଡ଼ାବାସୀଙ୍କୁ ବିଭିନ୍ନ ମୌଳିକ ସମସ୍ୟା ଦେଇ ଗତି କରିବାକୁ ପଡୁଛି । ପାଣି ମୁନ୍ଦେ ପାଇଁ ଗ୍ରାମବାସୀ ଡହକବିକଳ ହେଉଥିବା ଅଭିଯୋଗ ହେଉଛି । ଏହି ଗାଁ’ ପ୍ରତି ଜିଲ୍ଲା ପ୍ରଶାସନର ନଜର ପଡୁନଥିବା ସାଧାରଣରେ ଆଲୋଚନା ହେଉଛି ।
୨୦୧୭ ମସିହାରେ ଏନଟିସିଏ ପ୍ରକଳ୍ପକୁ ମଞ୍ଜୁରୀ ଦେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶର କାହ୍ନା ଓ ବାନ୍ଧବଗଡ଼ ଅଭୟାରଣ୍ୟରୁ ମହାବଳ ବାଘ ମହାବୀର ଓ ସୁନ୍ଦରୀ ବାଘୁ ରାଇଗୁଡ଼ା ଗାଁ’ର ୭୮ଟି ପରିବାର ୨୧୦ ଜଣ ଲୋକଙ୍କୁ ସାରୁଆଳି ଗାଁ’ ମୁଣ୍ଡକୁ ବିସ୍ଥାପିତ କରି ଣୀକୁ ଅଣାଯାଇଥିଲା । ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଅଭୟାରଣ୍ୟ ମଧ୍ୟରେ ଥିବାନୂଆ ରାଇଗୁଡ଼ା ସ୍ଥାପନ କରାଗଲା । ଲୋକଙ୍କୁ ୨୦ ଦଫା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦିଆଗଲା । ଇତି ମଧ୍ୟରେ ଦୁଇ ବର୍ଷ ବିତି ତିନି ବର୍ଷ ଗଳାଣି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ ମୌଳିକ ସୁବିଧା । ଆସିବା ବେଳକୁ ବନ ବିଭାଗ ତରଫରୁ ଗାଁ’ର ପୂର୍ବତନ ସଭାପତି ବିନୋଦ ପ୍ରଧାନ କହିଛନ୍ତି । ଗାଁ’ରେ ଦୁଇଟି ନଳକୂପ ଅଛି । ସେଥିରୁ ନାଲିଆ ପାଣି ବାହାରୁଛି ଯାହା ପିଇବା ଯୋଗ୍ୟ ନୁହେଁ । ସେଥିପାଇଁ ଗୋଟିଏ ପାଣିଟାଙ୍କି ନିର୍ମାଣ କରାଯାଇ ପାଇପ ଲାଇନ ବିଛାଇ ଘରକୁ ପାଣି ଯୋଗାଇ ଦିଆଯାଇଛି । ସେହି ପାଣିରେ ଧଳା ଲୁଗା ସଫାକଲେ ତାହା ଲାଲ ରଙ୍ଗ ହୋଇଯାଉଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ପାଣି ସମସ୍ୟା ନେଇ ପଞ୍ଚାୟତ ଠାରୁ ଜିଲ୍ଲାପାଳ ସମସ୍ତଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କାହାରି ନଜର ପଡୁନି । କିଛି ଲୋକ ନଳକୂପରେ ଗାଧୋଉଥିବା ବେଳେ ଅନେକ ଲୋକ ଗାଁ’ ପାଖ ସାରୁଆଳି ବନ୍ଧକୁ ଗାଧୋଇବା ପାଇଁ ଯାଉଛନ୍ତି । ପ୍ରଶାସନ ପକ୍ଷରୁ ଗୋଟିଏ ବନ୍ଧ ଖୋଳାଯାଇଛି । ସେଥିରେ ଚଢ଼େଇ ପିଇବାପାଇଁ ପାଣି ନାହିଁ । ଲୋକଙ୍କ ପିଇବା ପାଣି ଏବେ ସରପ ଖୋଲ ଆମ୍ବଗଛ ମୂଳର ଚୁଆ ହିଁ ସାହା ଭରସା । ଗାଁ’ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବଣଜଙ୍ଗଲ ଅଙ୍କା ବଙ୍କା ରାସ୍ତା ଦେଇ ଯିବାକୁ ପଡ଼େ । ହାତୀ ଥିଲେ ଅପେକ୍ଷା କରିବାକୁ ମଧ୍ୟ ପଡ଼େ ବୋଲି ଗାଁ’ର ଛବିଲତା ପ୍ରଧାନ, ରୀନା ପ୍ରଧାନ, ରିଲି ପ୍ରଧାନ ଦୁଃଖର ସହ ଛଳ ଛଳ ଆଖିରେ କହିଛନ୍ତି । ଜୀବନକୁ ପାଣି ଛଡ଼େଇ ଯାଉଛୁ, ଯେତେବେଳେ ଯାହା ହେବ ସେହି ମା\’ ବ୍ରାହ୍ମଣୀ ଦେଇ ଭରଷା, ସେହିଁ ସାହା ଭରଷା । ଆମ ମାନଙ୍କ ଦୁଃଖ କହିବୁ କାହାକୁ । ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛୁ, ଆମେ ଆମ ଭିଟାମାଟି ଛାଡ଼ି ଆସି ବହୁତ ଭୁଲ କରିଛୁ, ଆମେ ମଲେ ଶବ ସତ୍କାର କରିବାପାଇଁ ଜାଗା ଖଣ୍ଡେ ନାହିଁ । ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଇଛନ୍ତି କିନ୍ତୁ ଘର ସୁରକ୍ଷାପାଇଁ କୌଣସି ସୁବିଧା କରିନାହାନ୍ତି । ପାହାଡ଼ର ବର୍ଷା ଜଳ ମାଡ଼ି ଆସି ଘର କାନ୍ଥରେ ପିଟି ହେଉଛି । ଡ୍ରେନ କରିବାପାଇଁ କହିଲୁ ହେଲେ କେହି ଶୁଣିଲେନି । ଖାଲି ସେତିକି ନୁହେଁ ଗାଁ’ର ଆହୁରି ୨୩ ପରିବାରକୁ ଜମି ନଦେବାରୁ ସେମାନେ ଗାଁ’ ଛାଡ଼ି ଅନ୍ୟଜାଗାରେ ଘର କଲେଣି । ଆମର ରାଇଗୁଡ଼ାରେ ଧାନ, ମୁଗ, ବିରି ସୋରିଷ, ମାଣ୍ଡିଆ, ଶାଗ, ମହୁରୀ କରି ଚଳୁଥିଲୁ ସେ ସବୁ ସତେ ଯେମିତି ସାତ ସପନ ବୋଲି ଗାଁ’ର ସଭାପତି ଦିବ୍ୟସିଂହ ଦେହୁରୀ, ସୁଜନ ପ୍ରଧାନ, ଦୁଃଖିଆ ଦେହୁରୀ, ନନ୍ଦ କୁମାର ପ୍ରଧାନ ବଡ଼ ଦୁଃଖର ସହ ପ୍ରକାଶ କରିଛନ୍ତି । ଗାଁର ଯୁବକମାନେ ଏବେ ପୁରା ବେକାର, ରୋଜଗାର ନାହିଁ ଯାହା ସରକାର ଦେଇଥିଲେ ବସି ଖାଉଛୁ । ଯେଉଁମାନେ ବାହାରକୁ ଯାଇଥିଲେ ସମସ୍ତେ ଏବେ ଗାଁ’ରେ ବୋଲି ଗାଁ’ର ଯୁବକ ସୁଶାନ୍ତ ପ୍ରଧାନ କହିଛନ୍ତି । ଚାଷ ଜମି ନାହିଁ ଭାଗୁଆ କରୁଆ ଧରିବା ମୂଲ କରିବାପାଇଁ ଦୂର ଗାଁ’କୁ ଯିବାକୁ ପଡୁଛି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking