34.1 C
Bhubaneswar
Thursday, April 25, 2024
Homeଓଡିଶାପୋରୁହଖୋଜ ପଂଚାୟତରେ ପାନୀୟଜଳ ସମସ୍ୟା

ପୋରୁହଖୋଜ ପଂଚାୟତରେ ପାନୀୟଜଳ ସମସ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ପୋରୁହଖୋଜ ଗ୍ରାମରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ବଢିବାରେ ଲାଗିଛି । ଏ ସଂପର୍କରେ ବିଡିଓ ଓ ସରପଂଚଙ୍କୁ ଦୃଷ୍ଟି ଆକର୍ଷଣ କରିଥିବା କୁହାଯାଇଛି । ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ପାନୀୟଜଳ ସମସ୍ୟା ସମାଧାନ ନହେବା ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟିକରୁଛି ।
ମିଳିଥିବା ସୁଚନାରୁ, ଉକ୍ତ ପଂଚାୟତରେ ପ୍ରଶାସନ ତରୁଫରୁ ନିର୍ମାଣ କରାଯାଇଥିବା ନଳକୁପ ଗୁଡିକ ପୁରୁଣା ହେବାରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗି ହେଉନାହିଁ । ପାଣି ପଙ୍କୁଆ, ମାଟିଆ ଲାଗିବା ସହିତ ଲୁହା ଗୁଣ୍ଡ ବାହାରୁଛି । ଯାହାକି ଏହି ପାଣିକୁ ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗର ସମୁଖୀନ ହେବାକୁ ପଡୁଛି । ମାତ୍ର ଦୁଃଖର ବିଷୟ ରାଜ୍ୟ ସରକାରଙ୍କ ତରଫରୁ ବସୁଧା ଯୋଜନା ବିରାଟ ପାଣିଟାଙ୍କି ନିର୍ମାଣ କରାଯାଇଛି । ବିଭିନ୍ନ ସମୟରେ ପଂଚାୟତ ତରଫରୁ ରାସ୍ତା ମରାମତି ହେବା ଯୋଗୁ ପାଇପ ଗୁଡିକ ନଷ୍ଟ ହେଲାଣି । ତେଣୁ ଏହି ଗୁଡିକ ମରାମତି ନହେବାରୁ ପାଣି ପାଇବାରୁ ବଂଚିତ ହେଉଛି । ସ୍ଥାନୀୟ ସରପଂଚ ଏହି ସମସ୍ୟା ବିଷୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ଜଣାଇଛନ୍ତି । ପାଇପ ମରାମତି ପାଇଁ କୈଣସି ଅନୁଦାନ ମିଳୁନାହିଁ ବୋଲି ସରପଂଚ କହିଛନ୍ତି । ଆଗାମୀ ଦିନରେ ପାଣିର ସମସ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ଏହାର ମରାମତି ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking