29.1 C
Bhubaneswar
Thursday, April 25, 2024
Homeଓଡିଶାସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ତାରିଣୀ

ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ତାରିଣୀ

ଘଟଗାଁ : କେନ୍ଦୁଝର ଜିଲା ଘଟଗାଁ ବାସିନି ମା’ ତାରିଣୀଙ୍କ ନିକଟରେ ଆଜି ମହାସପ୍ତମୀ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ମା’ କାତ୍ୟାୟାନୀ ରୂପ ଧାରଣ କରଛନ୍ତି । ଯାହାଙ୍କୁ ଯୋଦ୍ଧା ଦେବୀ ଭାବରେ ମଧ୍ୟ ଜଣାଶୁଣା । କାତ୍ୟାୟାନୀଙ୍କୁ ଦେବୀ ପାର୍ବତୀଙ୍କ ଅନ୍ୟତମ ହିଂସାତ୍ମକ ରୂପ ବୋଲି କୁହାଯାଇଥାଏ । ଏଥିସହିତ ଆଜି ମା ତାରିଣୀ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ସୁନା ବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ଦୂରଦୁରାନ୍ତରୁ ବହୁ ସଂଖ୍ୟାରେ ଭକ୍ତ ଛୁଟି ଆସିଛନ୍ତି । ଆଜିଠାରୁ ଭକ୍ତ ମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଙ୍କର ସୁନା ବେଶକୁ ଦର୍ଶନ କରିବେ ।

ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି । ତେବେ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୃଣ୍ମୟୀ ମଣ୍ଡପରେ ସାଧାରଣ ଦର୍ଶନ ମନା ହୋଇଛି । କେବଳ ପୂଜକ ମାନେ ମାଙ୍କର ଯଥା ରୀତିକାନ୍ତିରେ ପୂଜା କାର୍ଯ୍ୟ ସମାପନ କରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking