28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନାଗପୁରର ୪ ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ

ନାଗପୁରର ୪ ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ

ନାଗପୁର: ମହାରାଷ୍ଟ୍ରର ନାଗପୁରରେ ଚାରିଟି ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି । ମହାରାଷ୍ଟ୍ର ମନ୍ଦିର ମହାସଂଘ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଗୋପାଳକୃଷ୍ଣ ମନ୍ଦିର (ଧନ୍ତୋଲି), ସଙ୍କଟମୋଚନ ପଞ୍ଚମୁଖୀ ହନୁମାନ ମନ୍ଦିର (ବେଲାରୀ-ସାଭ୍‌ନେର), ବୃହସ୍ପତି ମନ୍ଦିର (କାନୋଲିବାରା) ଏବଂ ହିଲ୍ ଟପ୍ ଦୁର୍ଗାମାତା ମନ୍ଦିର (ମାନବତାନଗର)ରେ ଏବେ ଆପତ୍ତିଜନକ ପୋଷକରେ ପ୍ରବେଶ ଅନୁମତି ମିଳିବ ନାହିଁ । ମହାରାଷ୍ଟ୍ର ମନ୍ଦିର ମହାସଂଘ କୋଅର୍ଡିନେଟର୍ ସୁନୀଲ୍ ଘନଭଟ୍ କହିଛନ୍ତି, ଏ ନେଇ ମନ୍ଦିର ବାହାରେ ପୋଷ୍ଟର୍ ମଧ୍ୟ ଲଗାଯାଇଛି । ଫଟା ଚିରା ଜିନ୍ସ, ସ୍କର୍ଟ ପରି ଆପତ୍ତିଜନକ ପୋଷାକ ପିନ୍ଧି ମନ୍ଦିର ନଆସିବାକୁ ଏହି ପୋଷ୍ଟର୍‌ରେ ଲେଖାଯାଇଛି । ମନ୍ଦିରର ପବିତ୍ରତା ରକ୍ଷା କରିବା ଆମର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ସରକାରୀ ନିୟନ୍ତ୍ରଣରେ ଥିବା ମନ୍ଦିରଗୁଡ଼ିକରେ ମଧ୍ୟ ଡ୍ରେସ୍ କୋଡ୍ ଲାଗୁ ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ଙ୍କ ଅନୁରୋଧ କରିବୁ ବୋଲି ଘନଭଟ୍ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking