34.1 C
Bhubaneswar
Friday, March 29, 2024
Homeଖେଳଡ୍ରିମ୍ -୧୧ ହେବ ଆଇପିଏଲର ଟାଇଟଲ ସ୍ପନସର

ଡ୍ରିମ୍ -୧୧ ହେବ ଆଇପିଏଲର ଟାଇଟଲ ସ୍ପନସର

ନୂଆଦିଲ୍ଲୀ: ଡ୍ରିମ୍ -୧୧ ହେବ ଆଇପିଏଲର ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ । ଏ ସଂପର୍କରେ ବିସିସିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି ଯେ ପ୍ରାୟୋଜକ ଭାବେ ଡ୍ରିମ-୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ପ୍ରଦାନ କରିବ । ଆଇପିଏଲ ପ୍ରାୟୋଜକ ଦୌଡ଼ରେ ଥିବା ଅନ୍ୟ କମ୍ପାନି ବାଇଜୁସ, ୟୁନିଏକାଡେମୀ ଓ ଟାଟାକୁ ପଛରେ ପକାଇ ଡ୍ରିମ-୧୧ ସର୍ବୋଚ୍ଚ ବିଡ ସହ ନିଲାମରେ ବିଜୟୀ ହୋଇଛି । ୟୁନିଏକାଡେମୀ ୨୧୦ କୋଟି ଓ ଟାଟା ୧୮୦ କୋଟିର ବିଡ ଦାଖଲ କରିଥିଲେ ।
ସୂଚନାଯୋଗ୍ୟ ଯେ,ଏବର୍ଷ କରୋନା ଭାଇରସ ଯୋଗୁଁ ମାର୍ଚ୍ଚ ଏପ୍ରିଲରେ ଆଇପିଏଲ ଖେଳାଯାଇନଥିଲା ।
ଆଇପିଏଲ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking