29.4 C
Bhubaneswar
Thursday, April 18, 2024
Homeକରୋନାଲଞ୍ଚ ହେଲା ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଞ୍ଜୀବନୀ 2-DG

ଲଞ୍ଚ ହେଲା ଡିଆରଡିଓ ଦ୍ୱାରା ପ୍ରସ୍ତୁତ କୋଭିଡ୍ ସଞ୍ଜୀବନୀ 2-DG

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତି ଲଗାତର ଭାବରେ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଟିକା ସମତେ କୋଭିଡ୍ ମେଡିସିନ୍ ଉପରେ ଗୁରୁତ୍ୱ ଦିଆଯାଉଛି । କୋଭିଡ୍ ର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ବିଗୁଡୁଥିବା ବେଳେ ବୈଜ୍ଞାନିକମାନେ ତୃତୀୟ ଲହର ଆସିବା ନେଇ ଚେତାବନୀ ଦେଇ ସାରିଲେଣି । ତେବେ ଏହି ଭୟଙ୍କର ମହାମାରୀ କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ଡିଆଡିଓ ପକ୍ଷରୁ ଉତ୍ପନ୍ନ କରାଯାଇଥିବା କୋଭିଡ୍ ବିରୋଧୀ ମେଡିସିନ୍ 2-DG କୁ ଆଜି ଦେଶରେ ଉନ୍ମୋଚନ କରାଯାଇଛି । ଏହାକୁ ଡିଆରଡିଓ ଏବଂ ଡ. ରେଡ୍ଡି କମ୍ପାନିୀ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ।

ତେବେ ଏହା ଏବେ ସମସ୍ତ ମେଡିକାଲ୍ ରେ ଉପଲବ୍ଧ ହେବ । ସୋମବାର ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହାକୁ ଲଂଚ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହାର ୧୦ ପ୍ୟାକେଟ୍ ବଜାରକୁ ଛଡାଯିବ । ଏହି ମେଡିସିନ୍ ମଧ୍ୟମରୁ ଗୁରୁତର ରୋଗୀଙ୍କ ପାଇଁ ବେଶ୍ ଫଳପ୍ରଦ ହେବ ବୋଲି ପ୍ରସ୍ତୁତକର୍ତ୍ତା ମତ ପ୍ରକାଶ କରିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ଥିବା ଗୁରୁତର ରୋଗୀଙ୍କ ଖୁବ୍ ଶୀଘ୍ର ରିକଭରି ହେବା କ୍ଷେତ୍ରରେ ଏହା ବେଶ୍ ଭଲ କାମ କରିବ । କାରଣ ରିସର୍ଚ୍ଚ ମୁତାବକ କୋଭିଡ୍ ଆକ୍ରାନ୍ତ ମାନେ ଏହି 2-DG କୁ ନେବା ପରେ ସେମାନଙ୍କ ଆରଟିପିସିଆର୍ ରିପୋର୍ଟ ନେଗେଟିଭ୍ ଆସିଥିବା ଦେଖିବାକୁ ମିଳିଛି । ଏନେଇ ପ୍ରସ୍ତୁତକର୍ତ୍ତାଙ୍କ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଯଦି ଏହା କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ସଫଳ ହୁଏ ତେବେ ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣ ହାରରେ ଏହା ବ୍ରେକ୍ ଲଗାଯାଇପାରିବ ବୋଲି ବିଶେଶଜ୍ଞମାନେ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking