29.8 C
Bhubaneswar
Thursday, April 18, 2024
Homeଓଡିଶାବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ବୁଲି ଆଶୀର୍ବାଦ ନେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ମନ୍ଦିର ବୁଲି ଦେବାଦେବୀଙ୍କୁ ଦର୍ଶନ କରିବା ସହ ମନ୍ଦିର ପରିସର ଦ୍ରୌପଦୀ ଓଳାଉଥିବା ଦେଖିବାକୁ ମିଳିଛନ୍ତି । ଦ୍ରୌପଦୀଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ କରିଥିବାରୁ ସାରା ରାଜ୍ୟରେ ଖିସିର ମାହୋଲ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ୍‌ କରିଥିବା ବେଳେ ଦେଶର ସର୍ବୋଚ୍ଚ ପଦ ପାଇଁ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏ ବିଷୟ ଜଣାଇବା ବେଳେ ସେ ଖୁବ୍‌ ଆନନ୍ଦ ପ୍ରକାଶ କରିଥିଲେ । ଓଡ଼ିଶାର ଜନସାଧାରଣଙ୍କ ପାଇଁ ବାସ୍ତବରେ ଏହା ସବୁଠୁ ଗର୍ବର ସମୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେପଟେ ପ୍ରାଥୀ ଘୋଷଣା ପରେ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଦୀର୍ଘ ଦିନ ହେଲା ମୁଁ ରାଜନୀତିଠାରୁ ଦୂରରେ ରହିଛି, ଦେଶ ପାଇଁ କାମ କରିବାର ଅଛି। ସମ୍ବିଧାନର ସମସ୍ତ ନୀତିନିୟମ ପାଳନ କରିବି। ରାଷ୍ଟ୍ରପତିଙ୍କ ପାଇଁ ଯାହା ବ୍ୟବସ୍ଥା ରହିଛି ତାହା ସୂଚାରୁରୂପେ ସମ୍ପାଦନ କରିବି। ଦେଶର ଉନ୍ନତି ଓ ବିକାଶ ପାଇଁ ସବୁବେଳେ ପ୍ରୟାସ ଜାରି ରଖିବି। ରାଜ୍ୟପାଳ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରିବି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking